ଚର୍ଚ୍ଚାରେ ଶିଳ୍ପା ସିନେ୍ଦଙ୍କ ବିବାଦୀୟ ବୟାନ

ଚର୍ଚ୍ଚାରେ ଶିଳ୍ପା ସିନେ୍ଦଙ୍କ ବିବାଦୀୟ ବୟାନ

ଚର୍ଚ୍ଚାରେ ଶିଳ୍ପା ସିନେ୍ଦଙ୍କ ବିବାଦୀୟ ବୟାନ
ଧାରା ୩୭୦ ଉଚ୍ଛେଦ ପରେ, ଭାରତ ପାକ୍ ସମ୍ପର୍କ ଏବେ ତିକ୍ତତାର ଚରମ ସୀମାରେ । ଏ ପରି ସ୍ଥଳେ ପାକିସ୍ତାନକୁ ନେଇ ଅଭିନେତ୍ରୀ ତଥା ‘ବିଗ୍ ବସ-୧୧’ ବିଜୟିନୀ ଶିଳ୍ପା ସିନେ୍ଦଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ବଲିଉଡ଼ କଣ୍ଠଶିଳ୍ପୀ ମୀକା ସିଂହ ପାକିସ୍ତାନର କରାଚୀରେ ଜେନେରାଲ ମୁଶରଫଙ୍କ ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ ଝିଅର ବିବାହ ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ । ଏହାକୁ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପୋଇଜ’ ଏବଂ ‘ଅଲ ଇଣ୍ଡିଆ ସିନେ ୱାର୍କର୍ସ ଏସୋସିଏସନ’ ବିରୋଧ କରିଥିଲା ଏବଂ ତାଙ୍କ ଉପରେ ପ୍ରତିବଦ୍ଧ ଲଗାଇଥିଲା । ମୀକା ସିଂହ କ୍ଷମା ମାଗିବା ପରେ ପ୍ରତିବନ୍ଧ ହଟାଇ ଦିଆଯାଇଥିଲା । ତଥାପି ଏ ଘଟଣା ଏବେ ବି ଶାନ୍ତ ପଡ଼ିନାହିଁ । ମୀକା ସିଂହଙ୍କ ସପକ୍ଷରେ ପ୍ରତିକି୍ରୟା ପ୍ରକାଶ କରି ଶିଳ୍ପା ଏକ ଏକ ଭିଡିଓ ଜାରି କରିଛନ୍ତି ଏବଂ ତାଙ୍କୁ ବିରୋଧ କରିଥିବା ସଂସ୍ଥାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ‘ଚାପରେ ପଡି ମୀକା କ୍ଷମା ମାଗିପାରନ୍ତି, କିନ୍ତୁ ଏମିତି କୌଣସି ନିୟମ ନାହିଁ, ଯାହା ଲୋକଙ୍କୁ ନିଜ କାମ କରିବାକୁ କ୍ଷାନ୍ତ ରଖିପାରିବ । ମୋତେ କେହି ରୋକିପାରିବେ ନାହିଁ । କାରଣ ମୁଁ ଜଣେ କଳାକାର । ମୋ ଦେଶ ମୋତେ ଭିଜା ପ୍ରଦାନ କଲେ ଏବଂ ପାକିସ୍ତାନର ଲୋକେ ମୋତେ ସ୍ୱାଗତ କଲେ, ମୁଁ ନିଶ୍ଚିତ ସେଠାକୁ ଯିବି ଏବଂ କାର୍ଯ୍ୟକ୍ରମ ପରିବେଷଣ କରିବି ।’