ସାବଧାନ ! ଏହି ଭିଟାମିନର ଅଭାବ ହେଲେ, ଆପଣଙ୍କୁ ହୋଇପାରେ କରୋନା

ସାବଧାନ ! ଏହି ଭିଟାମିନର ଅଭାବ ହେଲେ, ଆପଣଙ୍କୁ ହୋଇପାରେ କରୋନା

ସାବଧାନ ! ଏହି ଭିଟାମିନର ଅଭାବ ହେଲେ, ଆପଣଙ୍କୁ ହୋଇପାରେ କରୋନା
ଭୁବନେଶ୍ୱର ; ଏବେ ସଭିଙ୍କୁ ଘାରିଛି କରୋନା ଭୟ । ଏହି ମହାମାରୀଠୁ ବଞ୍ଚିବା ପାଇଁ ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିୟମିତ ହାତକୁ ସାନିଟାଇଜ କରିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ିଭାବେ ପାଳନ କରୁଛନ୍ତି । ଖାଲି ସେତିକି ନୁହେଁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧୁଛନ୍ତି । ତେବେ ଏତେ ସତ୍ତ୍ୱେ ବି ଯଦି ଜଣକ ଶରୀରରେ ଏଭଳି ଏକ ଭିଟାମିନର ଅଭାବ ରହେ ତେବେ ସେ କରୋନାର ଶିକାର ହୋଇପାରନ୍ତି । ସେଇ ଭିଟାମିନଟି ହେଉଛି ଭିଟାମିନ-ଡି । ଏହି ଭିଟାମିନର ଅଭାବ ଥିବା ଲୋକମାନେ କରୋନାର କବଳରେ ସାଙ୍ଗେ ସାଙ୍ଗେ ଆସିଯାନ୍ତି । ଏପରି ସମୟରେ ବହୁତ ଜରୁରୀ ହୋଇଯାଏ ଯେ ଆପଣ ସଂକ୍ରମଣରୁ ବଞ୍ଚିବା ପାଇଁ ନିଜ ଭୋଜନରେ ସେହି ଖାଦ୍ୟକୁ ସାମିଲ କରନ୍ତୁ ଯାହା ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ - ଡିର ଅଭାବ ପୂରଣ ହୋଇପାରିବ । ଭିଟାମିନ- ଡି ପ୍ରାପ୍ତକରିବାର ମାଧ୍ୟମ ବହୁତ ସୀମିତ । ଏହାର ସଂଖ୍ୟା ସେମାନଙ୍କ ପାଇଁ ଆହୁରି କମିଯାଏ ଯେତେବେଳେ କେହି ଶାକାହାରୀ ହୋଇଥାନ୍ତି । ଆପଣଙ୍କୁ ମନେପକେଇ ଦେଉକି ଆମ ଦେଶରେ ଅଧାରୁ ଅଧିକ ଲୋକ ଭିଟାମିନ - ଡିର ଅଭାବ ସହ ସମ୍ମୁଖୀନ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା କେମିତି ଏହାର ଅଭାବକୁ ପୂରଣ କରିପାରିବେ । ଶରୀରକୁ କେମିତି ମିଳିଥାଏ ଭିଟାମିନ ଡି? ସାଧାରଣ ଭାବେ ସୂର୍ଯ୍ୟକିରଣ ଏବଂ ମାଂସରେ ଭିଟାମିନ ଡି ଅଧିକ ପରିମାଣରେ ମିଳିଥାଏ । କିନ୍ତୁ ଯେଉଁମାନେ ଶାକାହାରୀ ଏବଂ ଯେଉଁମାନେ ଖରାରେ ବସିବାକୁ ସମୟ ପାଆନ୍ତି ନାହିଁ, ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ଏହି ଅଭାବକୁ ପୂରଣ କରିପାରିବେ । ଶୁଦ୍ଧ କ୍ଷୀର ପିଅନ୍ତୁ - ଶୁଦ୍ଧ କ୍ଷୀର ପାନ କରିବା ଦ୍ୱାରା ଆପଣ ଏହାର ଅଭାବ ପୂରଣ କରିପାରିବେ । ବଜାରରେ ମିଳୁଥିବା ଗୁଣ୍ଡ କ୍ଷୀର କିଣିଲା ବେଳେ ଉକ୍ତ କ୍ଷୀରରେ ଭିଟାମିନ ଡି ଅଛିନା ନାହିଁ ଜାଣନ୍ତୁ ଓ ନିୟମିତ ତାକୁ ପିଅନ୍ତୁ । ଶୁଦ୍ଧ କମଳା ରସ ପିଅନ୍ତୁ - ବ୍ୟସ୍ତ ବହୁଳ ଜୀବନରେ କମଳା ରସ କରି ପିଇବା ସମୟ ସାପେକ୍ଷ ତେଣୁ ବଜାରରେ ମିଳୁଥିବା ପ୍ୟାକେଟ କମଳା ରସ କିଣନ୍ତୁ କିଣିବା ସମୟରେ ତା ଭିତରେ ଭିଟାମିନ ଡି ଅଛି କି ନାହିଁ ସେ ପ୍ରତି ଧ୍ୟାନ ଦିଅନ୍ତୁ । ଅଣ୍ଡାର କେଶର ଖାଆନ୍ତୁ - ଅଣ୍ଡା ଭିତର ହଳଦିଆ ଅଂଶରେ ଅନେ ପୈାଷ୍ଟିକ ତତ୍ୱ ରହିଥାଏ । ଏବଂ ପ୍ରୋଟିନରେ ଭରପୁର ଥାଏ । ତେଣୁ ଅଣ୍ଡା ଖାଇବା ଦ୍ୱାରା କେବଳ ଭିଟାମିନ ଡି ନୁହେଁ ତା ସହ ଅନେକ ଶରୀରକୁ ଅନେକ ପୋଷକ ତତ୍ୱ ପ୍ରଦାନ କରିଥାଏ । ମାଛ ଖାନ୍ତୁ - ଡବାବନ୍ଦ ଟୁନା ଫିସ,ଚନା ମାଛ ଇତ୍ୟାଦି ଖାଇଲେ ମଧ୍ୟ ଆପଣ ଭିଟାମିନ ଡି ପାଇ ପାରିବେ ।