ସାଲୁଜାଙ୍କ ଟାର୍ଗେଟରେ ନରସିଂହ : ବିଧାନସଭାରେ ବିଜେଡ଼ିର ବି’ ଟିମ ଥିଲା କଂଗ୍ରେସ

ସାଲୁଜାଙ୍କ ଟାର୍ଗେଟରେ ନରସିଂହ : ବିଧାନସଭାରେ ବିଜେଡ଼ିର ବି’ ଟିମ ଥିଲା କଂଗ୍ରେସ

ସାଲୁଜାଙ୍କ ଟାର୍ଗେଟରେ ନରସିଂହ : ବିଧାନସଭାରେ ବିଜେଡ଼ିର ବି’ ଟିମ ଥିଲା କଂଗ୍ରେସ
ଭୁବନେଶ୍ୱର : ବିଧାନସଭାରେ ବିଜେଡ଼ିର ବି’ ଟିମ ଥିଲା କଂଗ୍ରେସ । ପୂର୍ବରୁ ବିଜେପି ଏମିତି ଅଭିଯୋଗ କରୁଥିବାବେଳେ ଏବେ ଖୋଦ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହା ସ୍ୱୀକାର କରିଛନ୍ତି । ୨୦୧୪-୧୯ ପର୍ଯ୍ୟନ୍ତ ବିଧାନସଭାରେ କଂଗ୍ରେସର ପ୍ରଦର୍ଶନକୁ ନେଇ ସାଲୁଜା ଏଭଳି ଟିପ୍ପଣୀ ଦେବା ସହ ପରୋକ୍ଷରେ ନରସିଂହ ମିଶ୍ରଙ୍କୁ ନିଶାନା ସାଧିଛନ୍ତି । ରାଜ୍ୟ ସରକାର ମଧ୍ୟ ତାଙ୍କ ଟାର୍ଗେଟରୁ ବାଦ ପଡ଼ିନାହାନ୍ତି । ରାଜ୍ୟ ସରକାର କହିଲେ ଜଣେ ମୁଖ୍ୟମନ୍ତ୍ରୀ ଓ ଜଣେ ୫-ଟି ସଚିବ । ମନ୍ତ୍ରୀମାନେ କିଛି ନୁହନ୍ତି । ପୋଷାକୁକୁର ଭଳି ସେମାନଙ୍କ ବେକରେ ଫିତା ବାନ୍ଧିଦିଆଯାଇଛି । ତେବେ କଂଗ୍ରେସ ଭବନରେ ବାଉନ୍ସରଙ୍କୁ କେହି କଂଗ୍ରେସ ଲୋକେ ଆଣିନଥିଲେ । ଏହା ବିଜେଡି-ବିଜେପି ବାଲାଙ୍କ କାମ ବୋଲି କହିଛନ୍ତି ସାଲୁଜା । ସେହିପରି ନିରଞ୍ଜନଙ୍କ ସପକ୍ଷରେ ବ୍ୟାଟିଂ କରିଛନ୍ତି ସାଲୁଜା । ବାରମ୍ବାର ପିସିସି ସଭାପତି ନବଦଳାଇ ନିର୍ବାଚନ ଯାଏ ଦାୟିତ୍ୱରେ ରଖି ପୂର୍ଣ୍ଣ କ୍ଷମତା ଦେଲେ ଦଳ କ୍ଷମତାକୁ ଫେରିବା ସମ୍ଭବ ବୋଲି ସେ କହିଛନ୍ତି । ସାଲୁକା କହିଛନ୍ତିଯେ, "୨୦୧୪-୧୯ ନିଜ ଦଳ କଂଗ୍ରେସ, ଶାସକ ବିଜେଡିର ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ବଦଳରେ ଏହାର ବି-ଟିମ୍ର ଭୂମିକାରେ ଥିଲା । ଯଦି ୨୦୧୪ରୁ ପାଞ୍ଚବର୍ଷ ଆମ ଦଳର ପ୍ରଦର୍ଶନ ବହୁତ ଖରାପ ହୋଇନଥା'ନ୍ତା ଆମେ ୯ ନୁହେଁ, ୯୦ ଆସନରେ ଜିତିଥା'ନ୍ତୁ । ବିଧାନସଭାରେ ଆମ ଦଳ ବିରୋଧୀ ଦଳ ଭୂମିକା ତୁଲାଇବା ବଦଳରେ ବିଜେଡି ସହ ମିଳିମିଶି କାମ କଲା । ଏବେ ଯେମିତି ବିଜେଡି-ବିଜେପି ମିଳିମିଶି କାମ କରୁଛନ୍ତି ସେତେବେଳେ କଂଗ୍ରେସ ବିଧାନସଭାରେ ବିଜେଡି ସହ ମିଳିମିଶି କାମ କରିଥିଲା । ୨୦୧୯ରେ ମାତ୍ର ୯ ଜଣ କଂଗ୍ରେସ ବିଧାୟକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମେ ଚାରିପାଞ୍ଚ ଜଣ ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଛୁ । ମୁଁ, ସୁର, ତାରା, ମୋକିମ୍ ଓ ଖରିଆର ବିଧାୟକ ଯେଭଳି ଭାବେ ସରକାରଙ୍କୁ ଘେରୁଛୁ ତାଙ୍କର ୧୧୩ ଜଣ ଥାଇ ମଧ୍ୟ ଆମ ଆଗରେ ଫିକା ଲାଗୁଛନ୍ତି ବୋଲି କହିଛନ୍ତି ସାଲୁଜା । ନରସିଂହଙ୍କ ବିରୋଧୀ ଭାବେ ପରିଚିତ ସାଲୁଜା ଶରତ ପଟ୍ଟନାୟକଙ୍କୁ ହିଁ ନିଜ ନେତା ବୋଲି କହିଛନ୍ତି ।