ରାଜ୍ୟସଭା ନିର୍ବାଚନରେ ଭୋଟ ବିକିଥିଲେ ସାଲୁଜା : ମନୋଜ ମହାପାତ୍ର
ରାଜ୍ୟସଭା ନିର୍ବାଚନରେ ଭୋଟ ବିକିଥିଲେ ସାଲୁଜା : ମନୋଜ ମହାପାତ୍ର
admin
Feb 4, 2020 - 06:47
Updated: Feb 4, 2020 - 06:47
ଭୁବନେଶ୍ୱର : ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିବାବେଳେ ବିଧାନସଭାରେ ବିଜେଡ଼ିର ‘ବି’ ଟିମ ଭାବେ କାର୍ଯ୍ୟ କରୁଥିଲା କଂଗ୍ରେସ । ସନ୍ତୋଷ ସିଂହ ସାଲୁଜାଙ୍କ ଏଭଳି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ।
ସେ କହିଛନ୍ତିଯେ, ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବି ସାଲୁଜା କଂଗ୍ରେସର ବିଧାୟକ ଥିଲେ । ସେତେବେଳେ ସିଏ କାହା ସହ ଥିଲେ ବୋଲି ମନୋଜ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତିଯେ, ରାଜ୍ୟବାସୀ ଜାଣିଛନ୍ତି ନରସିଂହ ମିଶ୍ର କ’ଣ ତାହା ରାଜ୍ୟବାସୀ ଜାଣିଛନ୍ତି । ଏମିତିକି ବିଜେଡ଼ି ବିଧାୟକ ଓ ନେତାମାନେ ବି ବିଧାନସଭାରେ ୧୧୭ ବନାମ ୧ ବୋଲି କହିବାକୁ ପଛାଉନଥିଲେ । ନରସିଂହ କିଭଳି ବିଧାନସଭାରେ ସରକାରଙ୍କୁ ଏକାକୀ ଘେରନ୍ତି ତାହା ସାରା ରାଜ୍ୟବାସୀ ଜାଣିଛନ୍ତି । ତେଣୁ ସାଲୁଜା ଗ୍ୟାଲେରୀ ପ୍ଲେ ନକରି ଆତ୍ମଅନୁଶୀଳନ କରନ୍ତୁ ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟଯେ, ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସାଲୁଜା କହିଥିଲେଯେ, "୨୦୧୪-୧୯ ନିଜ ଦଳ କଂଗ୍ରେସ, ଶାସକ ବିଜେଡିର ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ବଦଳରେ ଏହାର ବି-ଟିମ୍ର ଭୂମିକାରେ ଥିଲା । ଯଦି ୨୦୧୪ରୁ ପାଞ୍ଚବର୍ଷ ଆମ ଦଳର ପ୍ରଦର୍ଶନ ବହୁତ ଖରାପ ହୋଇନଥା'ନ୍ତା ଆମେ ୯ ନୁହେଁ, ୯୦ ଆସନରେ ଜିତିଥା'ନ୍ତୁ । ବିଧାନସଭାରେ ଆମ ଦଳ ବିରୋଧୀ ଦଳ ଭୂମିକା ତୁଲାଇବା ବଦଳରେ ବିଜେଡି ସହ ମିଳିମିଶି କାମ କଲା । ଏବେ ଯେମିତି ବିଜେଡି-ବିଜେପି ମିଳିମିଶି କାମ କରୁଛନ୍ତି ସେତେବେଳେ କଂଗ୍ରେସ ବିଧାନସଭାରେ ବିଜେଡି ସହ ମିଳିମିଶି କାମ କରିଥିଲା । ୨୦୧୯ରେ ମାତ୍ର ୯ ଜଣ କଂଗ୍ରେସ ବିଧାୟକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମେ ଚାରିପାଞ୍ଚ ଜଣ ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଛୁ । ମୁଁ, ସୁର, ତାରା, ମୋକିମ୍ ଓ ଖରିଆର ବିଧାୟକ ଯେଭଳି ଭାବେ ସରକାରଙ୍କୁ ଘେରୁଛୁ ତାଙ୍କର ୧୧୩ ଜଣ ଥାଇ ମଧ୍ୟ ଆମ ଆଗରେ ଫିକା ଲାଗୁଛନ୍ତି ବୋଲି କହିଛନ୍ତି ସାଲୁଜା ।