କରୋନା ନିୟମ ମାନୁନାହାନ୍ତି ବିଜେପି ନେତା : ବିଜେଡ଼ି

କରୋନା ନିୟମ ମାନୁନାହାନ୍ତି ବିଜେପି ନେତା : ବିଜେଡ଼ି

କରୋନା ନିୟମ ମାନୁନାହାନ୍ତି ବିଜେପି ନେତା : ବିଜେଡ଼ି
ଭୁବନେଶ୍ୱର: ସାମ୍ବାଦିକ ସମ୍ମଳିନୀ ସମୟରେ ବିଜେପି ନେତା କୋଭିଡ ନିୟମାବଳୀ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନ କରିବା ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାର ଉଲ୍ଲଂଘନ କରୁଛି । ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ୱେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି । ଏଭଳି ଆଚରଣ ପରେ କରୋନା ପରିଚାଳନା ସଂକ୍ରାନ୍ତରେ ରହିବା ପାଇଁ ବିଜେପି ନେତା ଅଧିକାର ହରାଇଛନ୍ତି । ଓଡ଼ିଶାର ବିଜେପି ନେତାମାନେ ରାଜ୍ୟସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବା ସହ ଏହାକୁ ନେଇ ରାଜନୀତି କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।