ନିର୍ବାଚନ ଲଢ଼ିବେନି ଉଦ୍ଧବ

ନିର୍ବାଚନ ଲଢ଼ିବେନି ଉଦ୍ଧବ

ନିର୍ବାଚନ ଲଢ଼ିବେନି ଉଦ୍ଧବ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନ ପରିଷଦ ନିର୍ବାଚନ ମଧ୍ୟ ଲଢ଼ିବାକୁ ଚାହୁନାହାନ୍ତି । ସେ ନିର୍ବିରୋଧରେ ବିଧାନ ପରିଷଦର ସଦସ୍ୟ ହେବାକୁ ଚାହୁଁଛନ୍ତି । ଅର୍ଥାତ ତାଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ହେଲେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି । ରାଉତ କହିଛନ୍ତି ଯେ ଉଦ୍ଧବ ନିର୍ବାଚନ ଲଢ଼ିବା ପାଇଁ ଭୟଭୀତ ନୁହନ୍ତି, କିନ୍ତୁ ଏବେର ପରିସ୍ଥିତି ଏକ ରାଜନୀତିକ ଯୁଦ୍ଧର ସମୟ ନୁହେଁ । ମେ ୨୧ ରେ ଯେଉଁ ୯ଟି ଆସନ ପାଇଁ ନିର୍ବାଚନ ହେଉଛି, ତାହା ଏକ ରାଜନୀତିକ ସଙ୍କଟ ଟାଳିବା ପାଇଁ । ସାମ୍ବିଧାନିକ ଆବଶ୍ୟକତା ଅନୁଯାୟୀ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ୬ ମାସ ଭିତରେ ନିର୍ବାଚିତ ହେବାକୁ ପଡ଼ିବ । ୬ ମାସର ଅବଧି ମେ ୨୮ ରେ ପୂରିଯିବ ।