ସୁର ଭାଇ ଜାଣି ନାହାନ୍ତି: ନବ
ସୁର ଭାଇ ଜାଣି ନାହାନ୍ତି: ନବ
admin
Oct 31, 2019 - 10:27
Updated: Oct 31, 2019 - 10:27
ଭୁବନେଶ୍ୱର: ସୁର ଭାଇଙ୍କ ବେଳେ ଯାହାହେଉଥିଲା, ଏବେ ଯୁଗ ବଦଳିଯାଇଛି । ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସଡବ୍ଲୁ୍ୟଏଏସ(ଓସ୍ୱାସ)ରେ କାମ କରିପାରିବେ । ଡିଜିଟାଲରେ କେମିତି ଦସ୍ତଖତ ହୁଏ ସୁର ଭାଇ ଜାଣିନାହାନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ୫-ଟିକୁ ନେଇ ସୁର ରାଉତରାୟଙ୍କ କଟାକ୍ଷର ଜବାବ ଦେଇ ମନ୍ତ୍ରୀ ଶ୍ରୀ ଦାସ ଏଭଳି କହିଛନ୍ତି ।
ପ୍ରକାଶ ଯେ, ୫-ଟିକୁ କଟାକ୍ଷ କରି ‘ଟି ନା ଚା’ ବୋଲି ସୁର ରାଉତରାୟ କଟାକ୍ଷ କରିଥିଲେ । ସେ କହିଥିଲେ ଯେ, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି । ଏହା ପ୍ରତି କାହାର ନଜର ପଡ଼ୁନାହିଁ । ହସ୍ପିଟାଲରେ ବେଡ ନାହିଁ । ରୋଗୀ ତଳେ ଗଡ଼ୁଛନ୍ତି । ଆଗ ରାଜଧାନୀର ଅବସ୍ଥା ଦେଖ । ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି । ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମଓଙ୍କୁ ସସପେଣ୍ଡ କରାଗଲା । ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସପେଣ୍ଡ ଉଠିଗଲା । କ’ଣ ଚାଲିଛି ଏଠି । ଏ କି ପାଗଳାମୀ ଶାସନ । ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର ରାଉତରାୟ କହିଥିଲେ ।