ନବୀନ ନିବାସରେ ପାଟକୁରା ରଣନୀତି

ନବୀନ ନିବାସରେ ପାଟକୁରା ରଣନୀତି

ନବୀନ ନିବାସରେ ପାଟକୁରା ରଣନୀତି
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ହେବାକୁ ଥିବା ପାଟକୁରା ନିର୍ବାଚନ ନିମନ୍ତେ ନବୀବ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ନିବାସରେ ପାଟକୁରା ରଣନୀତି । ନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଆଗାମୀ ଦିନରେ ପାଟକୁରାରେ କ’ଣ ରଣନୀତି ରହିଛି ? ମନୋବଳ ବଢ଼ାଇବା ସହ ତଳସ୍ତରରେ କିପରି ପ୍ରଚାର ଚାଲିଛି ବୋଲି ପଚାରି ବୁଝିଛନ୍ତି ନବୀନ । ଦାୟିତ୍ୱରେ ଥିବା ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ପାଟକୁରା ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କୁ ମନ୍ତ୍ରଣା ଦିଆଯାଇଛି । ଏହି ବୈଠକରେ ରାଜା ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପରେ ପାଟକୁରା ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ କହିଛନ୍ତି ଯେ, ଆଜିର ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା ହେଲା । ଦଳରେ କୌଣସି ଅସନ୍ତୋଷ ନାହିଁ । ବିଜେଡି ପାଟକୁରାରେ ନିଶ୍ଚିତ ଜିତିବ । ମାର୍ଶାଘାଇ ପାଇଁ ଅତନୁ ଓ ଗରଦପୁର ପାଇଁ ରଣେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।