ସିକ୍କିମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂହ ତମାଙ୍ଗ

ସିକ୍କିମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂହ ତମାଙ୍ଗ

ସିକ୍କିମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂହ ତମାଙ୍ଗ
ଗ୍ୟାଙ୍ଗଟକ୍ : ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ସୋମବାର ଶପଥ ଗ୍ରହଣ କରିଛନ୍ତି । ନିକଟରେ ଶେଷ ହୋଇଥିବା ବିଧାନସଭାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ୍) ୩୨ଟି ଆସନରୁ ୧୭ଟିରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ସୋମବାର ରାଜ୍ୟପାଳ ଗଗନ ପ୍ରସାଦ ଗ୍ୟାଙ୍ଗଟକ୍ ର ପାଲଜୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୧୧ ଜଣ ବିଧାୟକଙ୍କୁ ମଧ୍ୟ ରାଜ୍ୟପାଳ ଶପଥ ପାଠ କରାଇଥିଲେ । ସିକ୍କିମର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ତମାଙ୍ଗ ଜଣେ ଶିକ୍ଷକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।