ସୁଶାନ୍ତ ସିଂ ରାଜପୁତ ମାମଲା : ବିହାର ଆଇପିଏସ୍ ଅଫିସରଙ୍କୁ କ୍ୱାରେଣ୍ଟିନରେ ରଖିଲା ବିଏମ୍ସି

ସୁଶାନ୍ତ ସିଂ ରାଜପୁତ ମାମଲା : ବିହାର ଆଇପିଏସ୍ ଅଫିସରଙ୍କୁ କ୍ୱାରେଣ୍ଟିନରେ ରଖିଲା ବିଏମ୍ସି

ସୁଶାନ୍ତ ସିଂ ରାଜପୁତ ମାମଲା : ବିହାର ଆଇପିଏସ୍ ଅଫିସରଙ୍କୁ କ୍ୱାରେଣ୍ଟିନରେ ରଖିଲା ବିଏମ୍ସି
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ହତ୍ୟା ମାମଲାରେ ପୁଣି ଥରେ ସନେ୍ଦହ ଘେରକୁ ଆସିଛି ମୁମ୍ବାଇ ପୋଲିସ୍ । ମାମଲାର ତଦନ୍ତ ପାଇଁ ଆସିଥିବା ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍ରେ ରଖାଯାଇଛି । ସୋମବାର ମୁମ୍ବାଇରେ ପହଞ୍ଚିଥିବା ଆଇପିଏସ୍ ଅଫିସର ବିନୟ ତିୱାରୀଙ୍କୁ ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଜବରଦସ୍ତ କ୍ୱାରେଣ୍ଟିନ୍ରେ ରଖାଯାଇଛି । ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ନିରାଶା ବ୍ୟକ୍ତ କରିଛନ୍ତି । ପୂର୍ବରୁ ତିୱାରୀ ରହିବାର ବନେ୍ଦାବସ୍ତ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ତାହାକୁ ଖାରଜ କରି ଦେଇଥିଲା ମୁମ୍ବାଇ ପୋଲିସ । ସୁଶାନ୍ତଙ୍କ ପିତା କେକେ ସିଂଙ୍କ ପକ୍ଷରୁ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ତିୱାରୀ ମୁମ୍ବାଇରେ ପହଞ୍ଚିଥିଲେ । ସୁଶାନ୍ତଙ୍କ ଭଉଣୀ ଏହି ଘଟଣାକୁ ନିନ୍ଦା କରିବା ସହିତ ଟ୍ୱିଟ୍ କରି ମୁମ୍ବାଇ ପୋଲିସ୍କୁ ସମାଲୋଚନା କରିଛନ୍ତି । ତେବେ ଏହି ମାମଲା ସିବିଆଇକୁ ଯିବାର କୌଣସି ଅବକାଶ ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମତ ଦେଇଛନ୍ତି ।