୧୮ ଜିଲ୍ଲାରେ କାଁ ଭାଁ ବର୍ଷା ସମ୍ଭାବନା ଗୋଟିଏ ଦୁଇଟି ସ୍ଥାନରେ ଘୂର୍ଣ୍ଣିଝଡ଼ ଆଶଙ୍କା, ଜାରି ରହିବ ତାତି, ମାଲକାନଗିରି ସବୋର୍ଚ୍ଚ ତାପମାତ୍ରା ୪୦ଂ

୧୮ ଜିଲ୍ଲାରେ କାଁ ଭାଁ ବର୍ଷା ସମ୍ଭାବନା ଗୋଟିଏ ଦୁଇଟି ସ୍ଥାନରେ ଘୂର୍ଣ୍ଣିଝଡ଼ ଆଶଙ୍କା, ଜାରି ରହିବ ତାତି, ମାଲକାନଗିରି ସବୋର୍ଚ୍ଚ ତାପମାତ୍ରା ୪୦ଂ

ଭୁବନେଶ୍ୱର: ରାଜ୍ୟର ୧୮ଟି ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ ପୂର୍ବାନୁମାନ କରିଛନ୍ତି । ସାମାନ୍ୟ ବର୍ଷା ପରେ ମଧ୍ୟ ରାଜ୍ୟରେ ତାତି କମିବାର ସମ୍ଭାବନା ନାହିଁ । ସାରା ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧ ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ଆକଳନ କରିଛନ୍ତି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଢେ଼ଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, କଟକ, ଭଦ୍ରକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ନିଦେ୍ର୍ଧଶକ ଏଚ.ଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଡ.ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କହିଛନ୍ତି, ଆଜି ମଧ୍ୟ ରାଜ୍ୟରେ ତାତି ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ବର୍ଷା ହେବ ବୋଲି ଡ.ସାହୁ ଆକଳନ କରିଛନ୍ତି । ବୌଦ୍ଧ, ବାରିପଦା ଓ ଟିଟିଲାଗଡ଼ ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ, ନୟାଗଡ଼ ଓ ବଲାଙ୍ଗୀରରେ ୩୮.୮, କଟକରେ ୩୮.୬, ଅନୁଗୁଳରେ ୩୮.୫ ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ଥିଲା ।