ସମ୍ପୂର୍ଣ୍ଣ ଟିକେଟ୍ ଅର୍ଥ ଫେରାଇବ ରେଳ ବିଭାଗ

ସମ୍ପୂର୍ଣ୍ଣ ଟିକେଟ୍ ଅର୍ଥ ଫେରାଇବ ରେଳ ବିଭାଗ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ସେଥିପାଇଁ ସମସ୍ତ ଯାତ୍ରୀଙ୍କ ଟିକେଟକୁ ଏପି୍ରଲ ୧୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ତାହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୧ରୁ ଏପି୍ରଲ ୧୪ ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି । କାଉଣ୍ଟରରେ ବୁକିଂ ହୋଇଥିବା ପିଆରଏସ ଟିକେଟ କ୍ଷେତ୍ରରେ ମାର୍ଚ୍ଚ ୨୭ ପୂର୍ବରୁ ବାତିଲ କରାଯାଇଥିବା ଟିକେଟର ଟିଡିଆର (ଟିକେଟ ଜମା ରସିଦ) ଯାତ୍ରା ଦ୍ୱାରା ପୂରଣ କରାଯିବ । ଏଥିରେ ଯାତ୍ରା ବିବରଣୀ ରହିବ । ରିଫଣ୍ଡ ବାଲାନ୍ସ ଅର୍ଥ ପାଇବା ଲାଗି ପୂରଣ ହୋଇଥିବା ଫର୍ମ ଯେକୌଣସି ଜୋନାଲ ରେଳ ମୁଖ୍ୟାଳୟ ବାଣିଜି୍ୟକ ପ୍ରବନ୍ଧକ (ସିସିଏମ) କିମ୍ବା ମୁଖ୍ୟ ଦାବି ଅଧିକାରୀ (ସିସିଓ) ଙ୍କ ନିକଟରେ ଜୁନ ୨୧ ସୁଦ୍ଧା ଜମା କରିବାକୁ ହେବ । ରେଳପଥ ପକ୍ଷରୁ ବ୍ୟାବହାରିକ ଉପଯୋଗ ପାଇଁ ଉଦ୍ଧିଷ୍ଟ ଫର୍ମ ପ୍ରଦାନ କରାଯିବ । ଯାହା ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଧ କରିବା ସମୟରେ କଟାଯାଇଥିବା ଅର୍ଥରାଶି ଫେରାଇ ନେବାର ଲାଭ ପାଇପାରିବେ । ମାର୍ଚ୍ଚ ୨୭ ପରେ ବାତିଲ ହୋଇଥିବା ସମସ୍ତ ଟିକେଟ ପାଇଁ ଦେୟ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ । ଇ-ଟିକେଟ କ୍ଷେତ୍ରରେ ମାର୍ଚ୍ଚ ୨୭ ପୂର୍ବରୁ ବାତିଲ ହୋଇଥିବା ଟିକେଟର ବାଲାନ୍ସ ରିଫଣ୍ଡ ରାଶି ଯାତ୍ରୀଙ୍କ ସେହି ଆକାଉଣ୍ଟ (ଯେଉଁ ଆକାଉଣ୍ଟ ଜରିଆରେ ଟିକେଟ ବୁକିଂ କରାଯାଇଥିଲା) ରେ ଜମା କରି ଦିଆଯିବ । ଆଇଆରସିଟିସି ବାଲାନ୍ସ ରିଫଣ୍ଡ ରାଶି ପ୍ରଦାନ କରିବା ଲାଗି ଏକ ବ୍ୟାବହାରିକ ଚାର୍ଟ ପ୍ରସ୍ତୁତ କରିବ । ୨୭ ତାରିଖ ପରେ ବାତିଲ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଦେୟ ଫେରସ୍ତ ହେବ ।