୨୪ ଘଣ୍ଟାରେ ୯୩ ହଜାର ନୂତନ ଆକ୍ରାନ୍ତ, ୧୨୯୦ ମୃତ

୨୪ ଘଣ୍ଟାରେ ୯୩ ହଜାର ନୂତନ ଆକ୍ରାନ୍ତ, ୧୨୯୦ ମୃତ

୨୪ ଘଣ୍ଟାରେ ୯୩ ହଜାର ନୂତନ ଆକ୍ରାନ୍ତ, ୧୨୯୦ ମୃତ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୩ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୯୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୫୩ଲକ୍ଷ ୮ ହଜାର୧୫ କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪ ହଜାର ୬୨୯ରେ ପହଞ୍ଚିଛି ।ସେହିପରି ବର୍ତ୍ତମାନ ମୋଟ ଆକ୍ଟିଭ୍ କେସ୍ ୧୦ ଲକ୍ଷ ୧୩ ହଜାର୯୬୪ ଥିବା ବେଳେ ୪୨ ଲକ୍ଷ ୮ହଜାର ୪୩୧ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।