୫ ବର୍ଷରେ ୧୦୦ ନୂଆ ବିମାନ ବନ୍ଦର
୫ ବର୍ଷରେ ୧୦୦ ନୂଆ ବିମାନ ବନ୍ଦର
admin
Oct 31, 2019 - 10:51
Updated: Oct 31, 2019 - 10:51
ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି । ୧୦୦୦ ନୂଆ ରୁଟକୁ ବିମାନ ସଂଯୋଗ କରାଯିବ ଏବଂ କ୍ଷୁଦ୍ର ସହର ଓ ଗ୍ରାମକୁ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି ।
ଗତ ସପ୍ତାହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାର ଏଥିପାଇଁ ପ୍ରସ୍ତାବ ଦେଇଛନ୍ତି । ବୈଠକରେ ଆଗାମୀ ୨୦୨୫ ସୁଦ୍ଧା ଆବଶ୍ୟକ ହେବାକୁ ଥିବା ଭିତ୍ତିଭୂମି ବ୍ୟବସ୍ଥା ବାବଦରେ ଆଲୋଚନା ହୋଇଥିଲା । ବିମାନ ଭଡ଼ା ଫାଇନାନ୍ସ ବ୍ୟବସାୟ ଆରମ୍ଭ ଲାଗି ମଧ୍ୟ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ, ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ପରେ ସରକାର ଅଭିବୃଦ୍ଧିକୁ ତ୍ୱରାନିତ କରିବା ଲାଗି ବିଭିନ୍ନ ଦିଗ ଉପରେ ବିଚାର କରୁଛନ୍ତି । ୨୦୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଭିତ୍ତିଭୂମି ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି ସରକାର ଭାବୁଛନ୍ତି । ଏଥିପାଇଁ ଭିତିଭୂମି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଦେ୍ର୍ଧଶ ଦେଇଛନ୍ତି ।
ବିମାନବନ୍ଦର ସଂଖ୍ୟା ଦୃଷ୍ଟିରୁ ଚୀନ ଠାରୁ ଭାରତ ବହୁ ପଛରେ ରହିଛି । ୨୦୩୫ ସୁଦ୍ଧା ୪୫୦ କୋଟି ବାଣିଜି୍ୟକ ବିମାନ ବନ୍ଦର ପାଇଁ ଚୀନ ଲକ୍ଷ୍ୟ ରଖିଛି । ସେହି ଦୃଷ୍ଟିରୁ ଭାରତ ଏହାର ବିମାନ ବନ୍ଦର ସଂଖ୍ୟା ବୃଦ୍ଧି ସହ ଅଧିକରୁ ଅଧିକ ବାଣିଜି୍ୟକ ବିମାନ ବନ୍ଦର ନିର୍ମାଣ କରିବା ଆବଶକ । ଏହା ଦ୍ୱାରା ଅନେକ ବାଣିଜି୍ୟକ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ନିବେଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାପଡ଼ିଛି ।