ନେଦରଲାଣ୍ଡରେ ଉତ୍କଳ ଦିବସ
ନେଦରଲାଣ୍ଡରେ ଉତ୍କଳ ଦିବସ
admin
Apr 9, 2019 - 11:20
Updated: Apr 9, 2019 - 11:20
ଭୁବନେଶ୍ବର : ଉତ୍କଳ ଦିବସ ଓ ପଣା ସଂକ୍ରାନ୍ତି ସୁଦୂର ନେଦରଲାଣ୍ଡ ମାଟିରେ ଓଡ଼ିଆ ପାରମ୍ପରିକ ରୀତି ରେ ବେଶ୍ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଛି। OSCAN (Odia Socio Cultural Association of Netherlands) ଆନୁକୁଲ୍ୟରେ ପ୍ରବାସୀ ଓଡିଆମାନେ ତୃତୀୟ ଥର ପାଇଁ ଉତ୍କଳ ଦିବସ ର ଆୟୋଜନ କରିଛନ୍ତି l ପୂର୍ବାହ୍ନରେ ପ୍ରଦୀପ ପ୍ରଜ୍ବଳନ ଓ ବନ୍ଦେ ଉତ୍କଳ ଜନନୀ ସମ୍ମିଳିତ ମାତୃ ବନ୍ଦନା ସହ ଏହି ସାଂସ୍କୃତିକ ମହୋତ୍ସବର ଶଙ୍ଖନାଦ ହୋଇଥିଲା l ନେଦରଲାଣ୍ଡ ର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଅନେକ ଓଡ଼ିଆ ପରିବାର ଆମଷ୍ଟେଲଭିନ୍ ସହରରେ ଏକାଠି ହୋଇ ଥିଲେ l ଓଡିଆ ସଂକୀର୍ତ୍ତନ, ଓଡ଼ିଆ କୁଇଜ, ସମ୍ବଲପୁରୀ ନୃତ୍ୟ ଠାରୁ ଆରମ୍ଭ କରି ଫ୍ୟାଶନ ଶୋ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ର ଝଲକ ଦେଖିବାକୁ ମିଳିଥିଲା l ସ୍ଵାଦିଷ୍ଟ ଓଡିଆ ବ୍ୟଞ୍ଜନ ଦର୍ଶକ ମାନଙ୍କୁ ବେଶ୍ ଆମୋଦିତ କରିଥିଲା l ଓଡିଶା ମାଟି ରୁ ଅନେକ ଦୂର ରେ ଥାଇ ପ୍ରବାସୀ ଓଡିଆ ପ୍ରାଣ ର ଓଡ଼ିଶା ପ୍ରୀତି ବାସ୍ତବରେ ପ୍ରଶଂସନୀୟ l OSCAN ଅନୁଷ୍ଠାନର ସମସ୍ତ ଉପଦେଷ୍ଟା ଏବଂ ଅଗ୍ରଣୀ ସଭ୍ୟ ମାନଙ୍କୁ ଅଶେଷ ସାଧୁବାଦ l