ରାଜ୍ୟରେ ପୁଣି ୭୫ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୭୫ ଜଣ କରୋନା ପଜିଟିଭ ଚିହ୍ନଟ

 ରାଜ୍ୟରେ ପୁଣି ୭୫ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ପୁଣି ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୪୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲଲ କଣ୍ଟାକ୍ଟ କେସ ୨୯ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୯୭କୁ ବୃଦ୍ଧି ପାଇଛି । ଏଥିସହ ଆକ୍ଟିଭ କେସ ୭୩୨ ଥିବାବେଳେ ୩ ଲକ୍ଷ ୩୩ ହଜାର ୭୦୦ଜଣ ସୁସ୍ଥ ହୋଇଛନ୍ତି । ଆଜି ଅନୁଗୁଳରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୪, ବରଗଡ଼ ୯, ବଲାଙ୍ଗୀର ୪, ଦେଓଗଡ଼ ୧, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୩, ଝାରସୁଗୁଡ଼ା ୩, କେନ୍ଦୁଝର ୭, ଖୋର୍ଦ୍ଧା ୨, ମୟୂରଭଞ୍ଜ ୩, ନୂଆପଡ଼ା ୨, ପୁରୀ ୨, ରାୟଗଡ଼ା ୫, ସମ୍ବଲପୁର ୯ ଓ ସୁନ୍ଦରଗଡ଼ରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।