ବି୍ରଟେନ ସଂସଦରେ ବଳାକ୍ରାର ଉଦ୍ୟମ

ବି୍ରଟେନ ସଂସଦରେ ବଳାକ୍ରାର ଉଦ୍ୟମ

ବି୍ରଟେନ ସଂସଦରେ ବଳାକ୍ରାର ଉଦ୍ୟମ
ଲଣ୍ଡନ: ବି୍ରଟେନରେ ଜଣେ ମହିଳା ଅଭିଯୋଗ କରିଛନ୍ତି କି ସେଠାରେ ଜଣେ ମନ୍ତ୍ରୀ ତାଙ୍କୁ ସଂସଦ ଭିତରେ ବଳାକ୍ରାର କରିବା ପାଇଁ ଉଦ୍ୟମ କରିଥିଲେ । ଏବେ ଦେଶରେ ଶାସନ କ୍ଷମତାରେ ଥିବା କଞ୍ଜରଭେଟିଭ ପାର୍ଟିର ଉକ୍ତ ନେତାଙ୍କ କବଳରୁ ମୁକ୍ତି ପାଇବାକୁ ଯେତେ ଉଦ୍ୟମ କଲେ ସୁଦ୍ଧା ସେ ସେଥିରେ ସଫଳ ହୋଇନଥିଲେ । ମହିଳା ଜଣକ ଆହୁରି କହିଛନ୍ତି କି ସେ ଯେତେବେଳେ ପୁଲିସ ନିକଟରେ ଏ ନେଇ ଅଭିଯୋଗ କରିବାକୁ ଗଲେ, ସେତେବେଳେ ପୁଲିସ ଏହାକୁ ଗ୍ରହଣ କରିନଥିଲା । ଅଭିଯୁକ୍ତ ଜଣକ ମନ୍ତ୍ରୀ ହୋଇଥିବାରୁ ପୁଲିସ ଏପରି ଆଭିମୁଖ୍ୟ ଦେଖାଇଥିଲା । ତାଙ୍କ ଉପରେ ମାମଲା ଦବାଇବାକୁ ଚାପ ପଡୁଛି ଏବଂ ତାଙ୍କୁ ଧମକ ଦିଆଯାଉଛି । ସେ କିନ୍ତୁ ଏହାକୁ ନେଇ ନିରବ ବସି ରହିବେ ନାହିଁ । ଯେ ପର୍ଯ୍ୟନ୍ତ ସେଇ ମନ୍ତ୍ରୀଙ୍କୁ ସେ ଜେଲକୁ ନ ପଠାଇଚନ୍ତି, ସେ ପର୍ଯ୍ୟନ୍ତ ସେ ସ୍ଥିର ହୋଇ ବସି ରହିବେ ନାହିଁ । ମହିଳାଙ୍କ ମାଆ ଓ ଜଣେ ବାନ୍ଧବୀ ମଧ୍ୟ ପ୍ରକାଶ କରିଛନ୍ତି କି ପୀଡ଼ିତଙ୍କ ଉପରେ ଏହି ଘଟଣାକୁ ଦବାଇବା ପାଇଁ ଚାପ ପଡୁଛି ।