ବିଧାନସଭା ପୂର୍ବରୁ ବସିଛ ସର୍ବଦଳୀୟ ବୈଠକ

ବିଧାନସଭା ପୂର୍ବରୁ ବସିଛ ସର୍ବଦଳୀୟ ବୈଠକ

ବିଧାନସଭା ପୂର୍ବରୁ ବସିଛ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହି ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେ ନେଇ ବୁଧବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁ ଦଳର ବିଧାୟକ ଉପସ୍ଥିତ ଥିଲେ । ତେବେ ବୈଠକ ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇ କହିଛନ୍ତି ଯେ, ମୁଲତବି ଆଲୋଚନା ଅବଧି ଦେଢ ଘଣ୍ଟା ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଏଥର ତାରକା ଚିହ୍ନିତ ପ୍ରଶ୍ନ ରହିବ । ୪ଟା ୬ଟା ଅପରାହ୍ନ ଅଧିବେଶନ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଶ୍ରୀ ସେଠୀ ସୂଚନା ଦେଇଥିଲେ । ପ୍ରକାଶ ଯେ, ଗତ ବଜେଟ ଅଧିବେଶନ କାଣ୍ଟଛାଣ୍ଟରେ ସରିଥିଲା । କରୋନା ମହାମାରୀ ପୂରା ବର୍ଷଟା ବରବାଦ କରିଦେଇଥିଲା । ସରକାରଙ୍କ ବ୍ୟୟବରାଦ, ଖର୍ଚ୍ଚ, ଯୋଜନା ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ତେଣୁ ଆଗାମୀ ୨୦୨୧-୨୨ ବଜେଟ ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ଦୁଇ ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏ ଅନୁଷ୍ଠିତ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଆଗତ କରିବେ ।