ବର୍ଷେ ବୃଦ୍ଧି ପାଇବ ମହାନଦୀ ଟି୍ରବୁ୍ୟନାଲର କାର୍ଯ୍ୟକାଳ!

ବର୍ଷେ ବୃଦ୍ଧି ପାଇବ ମହାନଦୀ ଟି୍ରବୁ୍ୟନାଲର କାର୍ଯ୍ୟକାଳ!

ବର୍ଷେ ବୃଦ୍ଧି ପାଇବ ମହାନଦୀ ଟି୍ରବୁ୍ୟନାଲର କାର୍ଯ୍ୟକାଳ!
ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟି୍ରବୁ୍ୟନାଲର କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପ୍ରଶାସନିକ ସ୍ତରରେ ଏକ ନେଇ ପ୍ରକି୍ରୟା ଆରମ୍ଭ ହୋଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । ୨୦୧୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ମହାନଦୀ ଟି୍ରବୁ୍ୟନାଲ ଗଠନ କରାଯାଇଥିଲା । ଆସନ୍ତା ମାସ ୧୧ ତାରିଖ ଦିନ ଟି୍ରବୁ୍ୟନାଲର ତିନି ବର୍ଷିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କିନ୍ତୁ ଏହି ସମୟସୀମା ମଧ୍ୟରେ ବିବାଦର ସମାଧାନ ସଂକ୍ରାନ୍ତୀୟ କୌଣସି ରିପୋର୍ଟ ଦାଖଲ ହୋଇନାହିଁ । ଆନ୍ତଃରାଜ୍ୟ ଜଳବିବାଦ ଆଇନ ୧୯୫୬ ରେ ସେକ୍ସନ ୨ ରେ କାର୍ଯ୍ୟକାଳ ମଧ୍ୟରେ ଟି୍ରବୁ୍ୟନାଲ ବିବାଦର ସମାଧାନ କରି ନ ପାରିଲେ ସମୟସୀମା ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ବ୍ୟବସ୍ଥା ରହିଛି । ଏହାକୁ ଦୃଷ୍ଟିରେ ରଖି ଟି୍ରବୁ୍ୟନାଲ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।