ଯୁବକଙ୍କୁ ଗଣଦୁଷ୍କର୍ମ

ଯୁବକଙ୍କୁ ଗଣଦୁଷ୍କର୍ମ

ଯୁବକଙ୍କୁ ଗଣଦୁଷ୍କର୍ମ
ମୁମ୍ବାଇ: ଶୀର୍ଷକଟି ପଢିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେଉଥିବେ । ତେବେ ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଜଣେ କି ଦୁଇ ଜଣ ୫ଜଣ ମିଳିମିଶି ଗଣଦୁଷ୍କର୍ମ କରିଛନ୍ତି । ଏମିତି ଏକ ଘଟଣା ମୁମ୍ବାଇର ସାଗରବିହାରଅଞ୍ଚଳରେ ଘଟିଛି । ଗତ ସୋମବାର ଦିନ ଏହି ଘଟଣା ଘଟିଥିଲେ ବି ଏବେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ୩୬ ବର୍ଷୀୟ ଯୁବକ ସୋମବାର ସନ୍ଧ୍ୟାରେ ଦୋକାନକୁ ସିଗାରେଟ କିଣିବାକୁ ଯାଉଥିଲେ । ତେବେ ଏହି ସମୟରେ ୫ ଜଣ ନିଶାଗ୍ରସ୍ତ ବ୍ୟକ୍ତି ଯୁବକ ଜଣଙ୍କୁ ଉଠାଇ ନେଇଥିଲେ । ତାଙ୍କୁ ଏକ ଗଛରେ ବାନ୍ଧି ଜଣକ ପରେ ଜଣେ ଯୌନ ନିର୍ଯାତନା ଦେଇଥିଲେ । ଏଥିସହ ତାଙ୍କୁ ପିଟି କ୍ଷତାକ୍ତ କରିଦେଇଥିଲେ । ବର୍ତ୍ତମାନ ଯୁବକ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି ।