୫ ବର୍ଷର ଶିଶୁ ମୃତ

୫ ବର୍ଷର ଶିଶୁ ମୃତ

 ୫ ବର୍ଷର ଶିଶୁ ମୃତ
ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଗାଧୋଇବା ବେଳେ ପୋଖରୀରେ ବୁଡି ୫ ବର୍ଷର ଶିଶୁ ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଗ୍ରାମର ସମ୍ଭୁ ମହାନ୍ତଙ୍କ ପୁଅ ଅନୁସ କୁମାର ମହାନ୍ତ। ଆଜି ଅନୁସ ପୋଖରୀରେ ଗାଧୋଇବା ବେଳେ ହଠାତ ବୁଡିଯାଇଥିଲେ ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ। ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି।