ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ସିଲ୍ କଲା ପ୍ରଶାସନ

ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ସିଲ୍ କଲା ପ୍ରଶାସନ

 ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ସିଲ୍ କଲା ପ୍ରଶାସନ
ପାରଳାଖେମୁଣ୍ଡି: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଜୟ ମା’ ଓ ଲକ୍ଷ୍ମୀ ନାମକ ଦୁଇଟି ସିନେମା ହଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସେଗୁଡ଼ିକୁ ସିଲ କରାଯାଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ଟିକେଟ କାଉଣ୍ଟର ଆଗରେ ପୁଲିସ ଲାଠି ମାଡ଼ ମଧ୍ୟ କରିଥିଲା । ଗତକାଲି ରାୟଗଡ଼ାର ବି ଏକ ସିନେମା ହଲ ସିଲ ହୋଇଥିଲା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସିନେମା ହଲରେ କରୋନା କଟକଣା କଡ଼ାକଡ଼ି ପାଳନ କରାନଗଲେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସିନେମା ହଲରେ ଲୋକେ ବହୁ ପାଖାପାଖି ବସୁଥିବା ଦେଖିବାକୁୁ ମିଳିଛି । ଏବେ ପୁଲିସ ସ୍ପେଶିଆଲ ଡ୍ରାଇଭ ଜାରି ରଖିଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଉଛି ।