ପ୍ରଦୀପ ଓ ପାଠକ ବାପା-ପୁଅଙ୍କ ଜାମିନ ଖାରଜ

ପ୍ରଦୀପ ଓ ପାଠକ ବାପା-ପୁଅଙ୍କ ଜାମିନ ଖାରଜ

 ପ୍ରଦୀପ ଓ ପାଠକ ବାପା-ପୁଅଙ୍କ ଜାମିନ ଖାରଜ
ବ୍ରହ୍ମପୁର: ଟାଟା ମୋଟର୍ସ ଠକେଇ ଆଉ ଏକ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଆକାଶ ପାଠକ ଓ ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କ ଜାମିନ ଖାରଜ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ । ଜାମିନ ଖାରଜ ପରେ କୋର୍ଟ ନିଦେ୍ର୍ଧଶ ପ୍ରକାରେ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପା ପୁଅଙ୍କୁ ବ୍ରହ୍ମପୁର ଜେଲରୁ ଝାରପଡା ଜେଲ ନିଆଯାଇଛି । ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ପୁଲିସ କନଷ୍ଟେବଳ କାର୍ତ୍ତକ ପ୍ରଧାନଙ୍କ ପୁଅକୁ ଚାକିରି ଦେବାକୁ ୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । କୋର୍ଟପେଟା ସ୍ଥିତ ବାସଭବନରେ ପ୍ରଦୀପ ପାଣିଗ୍ରାହୀ ୬ ଲକ୍ଷ ଟଙ୍କା ନେଇଥିବା କାର୍ତ୍ତିକ ପ୍ରଧାନ ଅଭିଯୋଗ କରିବା ପରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତକୁ କୋର୍ଟ ରିମାଣ୍ଡ ଦେବାକୁ ତଦନ୍ତକାରୀ ଅଧିକାରୀ ବୈଦ୍ୟନାଥପୁର ଥାନା ଆଇଆଇସି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆଦେଶ ପ୍ରକାରେ ଗୁରୁବାର ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ଆଣି ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିଲା ।