ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି

 ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି

ନୂଆଦିଲ୍ଲୀ:  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ । ରାଞ୍ଚିରେ ହାଇଭୋଲଟେଜ୍ ଟକ୍କର ହେବ । ଭାରତ ପାଇଁ କର ବା ମର ସ୍ଥିତି । ଯଦିଓ ଏହି ଶୃଙ୍ଖଳାର ଫଳାଫଳ ବିଶ୍ବକପ୍‌ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ସମ୍ମାନ ଦୃଷ୍ଟିରୁ ଶିଖର ଧାୱନ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବେ ।

ଏଭଳି ସ୍ଥିତିରେ ଦଳର ପ୍ରମୁଖ ଦ୍ରୁତ ବୋଲର ଦୀପକ ଚହରଙ୍କ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି । ତାଙ୍କ ସ୍ଥାନରେ ୱାସିଂଟନ୍‌ ସୁନ୍ଦର ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଏପରିକି ମହମ୍ମଦ ସିରାଜ ଓ ଆୱେସ ଖାନ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଭାବୀ ହୋଇପାରିନଥିବାରୁ ବେଙ୍ଗଲ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଯିବା ସମ୍ଭାବନା ସୃଷ୍ଟି ହୋଇଛି ।

ସମ୍ଭାବ୍ୟ ଭାରତ ଏକାଦଶ : ଶିଖର ଧାୱନ୍‌ (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ (ୱିକେଟ୍‌ରକ୍ଷକ), ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ/ସା‌ହବାଜ୍‌ ଅହମ୍ମଦ, ଆୱେସ ଖାନ୍‌, କୁଲ୍‌ଦୀପ ଯାଦବ, ମହମ୍ମଦ ସିରାଜ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ : କ୍ବିଣ୍ଟନ ଡି’ କକ୍‌, ଜାନେମନ ମଲାନ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍‌ ମର୍କରାମ, ହେନ୍‌ରିକ୍‌ କ୍ଲାସେଁ, ଡେଭିଡ୍‌ ମିଲର, ୱେନ୍‌ ପାର୍ନେଲ/ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, କାଗିସୋ ରବାଦା, ତାବ୍ରିଜ୍‌ ସାମ୍‌ସୀ/ମାର୍କୋ ଜାନ୍‌ସେନ/ଅନ୍‌ରିକ୍‌ ନର୍ଖିୟା, ଲୁଙ୍ଗି ଏନ୍‌ଗିଡ଼ି।