IASଙ୍କୁ ହସ୍ପିଟାଲ ଦାୟିତ୍ୱ

IASଙ୍କୁ ହସ୍ପିଟାଲ ଦାୟିତ୍ୱ

IASଙ୍କୁ ହସ୍ପିଟାଲ ଦାୟିତ୍ୱ
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ବିଭିନ୍ନ ହସ୍ପିଟାଲର ଦାୟିତ୍ୱ ଦିଆଯାଇଛି । ପ୍ରଦର୍ଶନ ବୃଦ୍ଧି ପାଇଁ ଆଇଏଏସଙ୍କୁ ହସ୍ପିଟାଲ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ୨ଟି ହସ୍ପିଟାଲ ଦାୟିତ୍ୱ । ସୁରେଶଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ, ବୁର୍ଲା ଭୀମସାର ମେଡିକାଲ ଦାୟିତ୍ୱ ମିଳିଛି । କୃଷି ଉପôାଦନ କମିଶନର ପ୍ରଦାପ୍ତ ମହାପାତ୍ରଙ୍କୁ ହସ୍ପିଟାଲର ଦାୟିତ୍ୱ ମିଳିଛି । ପ୍ରଦୀପ୍ତଙ୍କୁ ବାଲେଶ୍ୱର ଓ ବ୍ରହ୍ମପୁର ମେଡିକାଲ ଦାୟିତ୍ୱ ଦିଆଯାଇଛି । ରାଜକମୁାର ଶର୍ମାଙ୍କୁ କେନ୍ଦୁଝର ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି । ମୋନା ଶର୍ମାଙ୍କୁ ଯାଜପୁର, ଅନୁ ଗର୍ଗଙ୍କୁ ଅନୁଗୁଳ ମେଡିକାଲ କଲେଜ ଦାୟିତ୍ୱ ମିଳିଛି । ନିକୁଞ୍ଜ ଧଳଙ୍କୁ କନ୍ଧମାଳ ଓ ବଲାଙ୍ଗିର ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି । ଅଶୋକ ମୀନାଙ୍କୁ କୋରାପୁଟ, ସୁରେନ୍ଦ୍ର କୁମାରଙ୍କୁ ବାରିପଦା ମେଡିକାଲ କଲେଜ ମିଳିଛି । ହେମନ୍ତ ଶର୍ମାଙ୍କୁ ଭବାନୀପାଟଣା, କ୍ରୀଷନ କୁମାରଙ୍କୁ ପୁରୀ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି ।