ଜାମ୍ମୁ କାଶ୍ମୀର, ଲଦାଖର ନୂଆ ପରିଚୟ

ଜାମ୍ମୁ କାଶ୍ମୀର, ଲଦାଖର ନୂଆ ପରିଚୟ

ଜାମ୍ମୁ କାଶ୍ମୀର, ଲଦାଖର ନୂଆ ପରିଚୟ
ନୂଆଦିଲ୍ଲୀ:ବୁଧବାର ମଧ୍ୟରାତି୍ରରୁ ବଦଳିଲା ଜାମ୍ମୁ କାଶ୍ମୀରର ଭୂଗୋଳ । ବିଧିବଦ୍ଧ ଭାବେ କେନ୍ଦ୍ରଶାସିତ ଅଂଚଳ ହେଲା ଜାମ୍ମୁ କାଶ୍ମୀର ଓ ଲଦାଖ । ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ପତାକା ଓ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ରାଜ୍ୟ ସଂଖ୍ୟା୨୮କୁ ହ୍ରାସ ପାଇଛି । କେନ୍ଦ୍ରଶାସିତ ଅଂଚଳ ସଂଖ୍ୟା ୭ରୁ ୯କୁ ବୃଦ୍ଧି ପାଇଛି । ଆଜି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ମୁର୍ମୁ ଶପଥ ନେବେ । ଲଦାଖ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଶପଥ ନେବେ । ଆଜିଠୁ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଂଚଳ ଭାବେ ପରିଗଣିତ ହେବେ ।