ସବୁ ଛାତି ଯନ୍ତ୍ରଣା ନୁହେଁ ହାର୍ଟ ଆଟାକ୍ : କେଉଁ କାରଣରୁ ହୋଇପାରେ ଛାତି ଯନ୍ତ୍ରଣା ?

ସବୁ ଛାତି ଯନ୍ତ୍ରଣା ନୁହେଁ ହାର୍ଟ ଆଟାକ୍ : କେଉଁ କାରଣରୁ ହୋଇପାରେ ଛାତି ଯନ୍ତ୍ରଣା ?

ଛାତିରେ ଯନ୍ତ୍ରଣା ହେଲେ ଚିନ୍ତା ବଢ଼ିଯାଏ । ମନରେ ଭୟ ପଶେ, ହାର୍ଟ ଆଟାକ ହେଲା କି? ହେଲେ ଛାତିର ସବୁ ଯନ୍ତ୍ରଣା ହାର୍ଟ ଆଟାର୍କ ନୁହେଁ । ଏ ନେଇ କିଛି କଥା ଜାଣି ରଖିବା ଦରକାର । ଛାତିରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇପାରେ । ଯଦିଓ ହାର୍ଟ ଆଟାକ ଛାତିରେ ଯନ୍ତ୍ରଣାର ଏକ ଗୁୁରୁ୍ତର କାରଣ, ଅନ୍ୟ କାରଣ ପାଇଁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ ।

ଯେପରିକି ଏସିଡିଟି, ଷ୍ଟୋମାକ ଅଲସର, ଗଲ୍ ବ୍ଲଡର ଷ୍ଟୋନ ହେଲେବି ଛାତି ଯନ୍ତ୍ରଣା ହୋଇପାରେ । ପାନକ୍ରିଆଜ୍ ପ୍ରଭାବିତ ହେଲେ କିମ୍ବା ନିମୋନିଆରେ ମଧ୍ୟ ଛାତି ଯନ୍ତ୍ରଣା ହୋଇପାରେ । ଫୁସଫୁସରେ କ୍ଲଟ ଜମା ହେଲେ କିମ୍ବା ଶ୍ୱାସ ରୋଗରେ ମଧ୍ୟ ଛାତିରେ ଯନ୍ତ୍ରଣା ହୁଏ । ତେବେ ଛାତିରେ ଯନ୍ତ୍ରଣା ହେବାରେ ହାର୍ଟ ଆଟାର୍କ ଏକ ବଡ଼ କାରଣ ।

• ହାର୍ଟ ଆଟାକର ପ୍ରଧାନ ଲକ୍ଷଣ ହେଲା ଛାତି ଯନ୍ତ୍ରଣା

• ଏହା ମଝି ଛାତିରେ ହୋଇଥାଏ ଓ ବାମ ହାତକୁ ପ୍ରସାରିତ ହୋଇଥାଏ

• ଏହା ବେଳେ ବେଳେ ବେକ ପର୍ୟ୍ୟନ୍ତ ବା ଷ୍ଟୋମାକ ପର୍ୟ୍ୟନ୍ତ ଯାଇପାରେ

• ଏହାପରେ ଯଦି ରୋଗୀ ଜଣକ କାମ କରେ, ତାହେଲେ ଯନ୍ତ୍ରଣା ବଢ଼ିଯାଏ, ଆଉ ଯଦି ବିଶ୍ରାମ କରେ, ତାହେଲେ ଯନ୍ତ୍ରଣା କମିଯାଏ

• ହାର୍ଟ ଆଟାକରେ ଯନ୍ତ୍ରଣା ହଠାତ୍ ଆରମ୍ଭ ହୁଏ

• ଗ୍ୟାସ୍ ହେଲେ ପେଟର ଉପର ଭାଗ ଯନ୍ତ୍ରଣା ହେବ

• ପାଟି ଆମ୍ବିଳା ଲାଗେ, ଖଇ ହେକୁଟି ଦିଏ

• ହେଲେ ଛାତିର ସବୁ ଯନ୍ତ୍ରଣା ହାର୍ଟ ଆଟାକ ନୁହେଁ

• ଛାତିରେ ଯନ୍ତ୍ରଣା ହେଲେ ଅବହେଳା କରନ୍ତୁ ନାହିଁ

• ତୁରନ୍ତ ଯାଇ ଏହାର ପରୀକ୍ଷା କରାଇନେବା ଦରକାର

• ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବା ଦରକାର

• ଅଧିକ କୋଲୋଷ୍ଟ୍ରଲ ଥିବା ଖାଦ୍ୟ ଠାରୁ ଦୂରେଇ ରହିବା ଦରକାର