କଟକ ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ

କଟକ ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ

କଟକ ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ
କଟକ ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ

କଟକ ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ। ବ୍ରିଜ ଉପରେ କାର ଓ ଚପଲ ଥୋଇ ଯୁବକ ନିଖୋଜ। ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିବା ସନ୍ଦେହ। ଗୋଟିଏ ଦିନରେ ସମାନ ଯାଗାରେ ସମାନ ଭାବରେ ଦୁଇ ଦୁଇ ଜଣ ନଇକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କଟକରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୂଚନା ମୁତାବକ ଭୁବନେଶ୍ୱରରେ ନିଜପତ୍ନୀ ସହ ରହୁଥିବା ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ଗତ ବୁଧବାର ଦିନ ୨ଟା ବେଳେ ଘରୁ ବାହାରି ଆଉ ଫେରିନଥିଲେ। ତାଙ୍କ କାର ଟି ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଠିଆହୋଈରହିବା ପରେ ପୋଲିସ ଖବର ପାଇ କାର ଓ ଚପଲ ଥୁଆ ହୋଇଥିବା ଦେଖିବାକୁ ପାଇଥିଲା। ଅନ୍ ଲାଇନ ଟ୍ରେଡିଙ୍ଗ ରେ କ୍ଷତି ସହିବା ପରେ ନଦୀ କୁ ଡେ଼ଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବାରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି। ସେହି ବୁଧବାର ଦିନ କଟକ ଓଡିଆ ବଜାର ଅଞ୍ଚଳର ମମତା ସାହୁ ମଧ୍ୟ ସମାନ ଭାବରେ ସ୍କୁଟି ଥୋଇ ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଖୋଜାଖୋଜି କରାଯାଇଥିଲେ ମଧ ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।