ଅନାସ୍ଥା ପ୍ରସ୍ତାବ ବେଳେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ

ଅନାସ୍ଥା ପ୍ରସ୍ତାବ ବେଳେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ

ଭୁବନେଶ୍ୱର:  ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଥିଲା ସଂସଦରେ । ଅନାସ୍ଥା ପ୍ରସ୍ତାବର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିଲେ । ହେଲେ ଏହି ସମୟରେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ ଥିବା ନେଇ ସୂଚନା ମିଳିଛି । ସାଂସଦ ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବା ନେଇ ସୂଚନା ରହିଛି । ବିରୋଧୀ ଇଣ୍ଡିଆ ମେଣ୍ଟ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ।

ହେଲେ ବିଜେଡି ଏହାକୁ ବିରୋଧ କରି ଦଳୀୟ ହ୍ୱିପ ଜାରି କରି ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଗତକାଲି ମୋଦୀ ଅଭିଭାଷଣ ରଖୁଥିବା ବେଳେ ଆରମ୍ଭରୁ ଶେଷ ଯାଏ ବିଜେଡିର କେନ୍ଦ୍ରପଡା ଓ କନ୍ଧମାଳ ସାଂସଦଙ୍କୁ ଛାଡି ବାକି ସମସ୍ତ ସାଂସଦ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ହ୍ୱିପ ଜାରି ହୋଇଥିବା ସତ୍ୱେ କେଉଁ କାରଣ ପାଇଁ ଦୁଇ ସାଂସଦ ଅନୁପସ୍ଥିତ ରହିଲେ ତାକୁ ନେଇ ଚର୍ଚ୍ଚା ବଢିଛି ।