୬୫ତମ ପୋଲିସ ସହିଦ ଦିବସ ପାଳନ ଅବସରରେ କହିଲେ ଡିଜିପି

୬୫ତମ ପୋଲିସ ସହିଦ ଦିବସ ପାଳନ ଅବସରରେ କହିଲେ ଡିଜିପି

ମାଓବାଦୀଙ୍କୁ ହିଂସାର ରାସ୍ତା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅପିଲ କଲେ ପୋଲିସ ଡିଜି. ଓଡିଶାରେ ମାଓବାଦୀ ମୁକାବିଲା ଅଭିଯାନ ନିର୍ଧାରିତ ଯୋଜନାରେ ଚାଲିଛି ,  ଆସନ୍ତା 2026 ମସିହା ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୁଳୋତ୍ପାଟନ ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ଓଡିଶାରେ ମଧ୍ୟ ରୂପାନ୍ତରିତ ହେବ ବୋଲି କହିଛିନ୍ତି ଡିଜି. କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୫ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହେବା ଅବସରରେ ଏହା କହିଛନ୍ତି ଡିଜିପି । ଏହି ଅବସରରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ରହି ଅମର ଶହୀଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ଓଡିଶା ପୋଲିସରେ କାର୍ଯ୍ୟରତ 2 ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି. ସେମାନେ ହେଲେ କନଷ୍ଟେବଳ ପ୍ରଦୀପ କୁମାର ମଲ୍ଲିକ ଓ ହିମାଂଶୁ ଶେଖର ରଥ. ସେମାନଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେଇଛିନ୍ତି