ପଶ୍ଚିମ ଓଡିଶାରେ ଭୂକମ୍ପ ଝଟକା

ପଶ୍ଚିମ ଓଡିଶାରେ ଭୂକମ୍ପ ଝଟକା

ପଶ୍ଚିମ ଓଡିଶାରେ ଭୂକମ୍ପ ଝଟକା
ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ସମ୍ବଲପୁର , ଝାରସୁଗୁଡା, କୁଚିଣ୍ଡା, ବଣାଇରେ ଭୂକମ୍ପ ଝଟକା ଲାଗିଛି । ମାତ୍ର କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ଝଟକା ପରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିଲେ । ୫.୪୮ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।