ଯୁବ ମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

ଯୁବ ମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆଜି  ହର ଘର ତ୍ରିରଙ୍ଗା ଅଭିଯାନରେ ଏକ କାର ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଆହ୍ଵାନ କରାଯାଇଥିବା ଏହି ଶୋଭା ଯାତ୍ରାରେ ଯୁବ ମୋର୍ଚ୍ଚାର କର୍ମ କର୍ତ୍ତା ଏବଂ ସଦସ୍ୟ ମାନେ ସାମିଲ ହୋଇଥିଲେ। ଓଡ଼ିଶା ଜୁଡ଼ିଶିଆଲ ଏକାଡେମୀ ନିକଟରୁ କାର ଶୋଭାଯାତ୍ରା ଟି ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଭୁବନେଶ୍ୱର ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ଭବନ ଠାରେ କାର ଶୋଭା ଯାତ୍ରା ଶେଷ ହୋଇଥିଲା। ଆଜି ଯୁଡ଼ିଶିଆଲ୍ ଏକାଡେମୀ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା କୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଂ, ଉଦ୍ଘାଟନ କରିଥିଲେ। ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ପ୍ରତ୍ୟେକ ଓଡ଼ିଶା ବାସୀ ଆଗଭର ହୋଇ ସାମିଲ ହେବାପାଇଁ  ଆହ୍ଵାନ ଦିଆ ଯାଇଥିଲା। ଏହି କାର  ଶୋଭା ଯାତ୍ରା ରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଯତୀନ ମହାନ୍ତି, କର୍ପୋରେଟର ଗଗନ ଓଝା ପ୍ରମୁଖ ସାମିଲ ହୋଇଥିଲେ