କଟକ ଏସସିବି ମେଡ଼ିକାଲ କଲେଜରେ ଲଜ୍ୟା
କାଡିଓଲୋଜି ବିଭାଗର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ରୋଗୀଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ ସି ବି ମେଡ଼ିକାଲ କୁ eco ପରୀକ୍ଷା କରିବା ପାଇଁ ଆସି ଦୁଇ ମହିଳା ଦୁଷ୍କର୍ମ ର ଶିକାର ହୋଇଛନ୍ତି।ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଆଧାରରେ ଦୁଇ ପୀଡିତାଙ୍କ 161 ରେ ବୟାନ ରେକର୍ଡ କରାଯିବ ସହ ଆବଶ୍ୟକ ପଡିଲେ ପୀଡିତାଙ୍କ 164 ଧାରା ରେ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛ।ବିଭିନ୍ନ ଦିଗରୁ ପୋଲିସ ତାର ତଦନ୍ତ ତଦନ୍ତ ଜାରି ରଖିଛି।ଘଟଣା ସମ୍ବେଦନଶୀଳତା କୁ ଦୃଷ୍ଟିରେ ରଖି ପୋଲିସ ଏନେଇ ଗଣମାଧ୍ୟମ କୁ ମାପିଚୁପି ସୂଚନା ଦେଉଛି।ପୀଡିତା ଏସସିବି ରେ ଜଣେ ଜୁନିୟର ଡାକ୍ତର ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି।ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣ ର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି।ଏନେଇ ଡାକ୍ତର ଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନା ରେ ପ୍ରତିଅଭିଯୋଗ କରିଥିବା ଜଣାପଡିଛି। ତେବେ ପୋଲିସ ଉଭୟ ଙ୍କ ଅଭିଯୋଗ କୁ ଗ୍ରହଣ କରି ତଦନ୍ତ କରୁଛି ।