ମଦ ଦୋକାନକୁ ମିଳିତ ବିରୋଧ

ମଦ ଦୋକାନକୁ ମିଳିତ ବିରୋଧ

ମଦ ଦୋକାନକୁ ମିଳିତ ବିରୋଧ
ଭୁବନେଶ୍ୱର: ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଛନ୍ତି । ମଦ ଦୋକାନ ଖୋଲିବାକୁ ଉଭୟ ବିରୋଧୀ ଓ ଶାସକ ସଦସ୍ୟ ବିରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ସରକାରଙ୍କ ମଦ ବନ୍ୟା ଦୁର୍ଭାଗ୍ୟଜନକ । ଗାନ୍ଧିଜୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହା କେତେଦୂର ସମ୍ମାନ । ଏବେ ଓମଫେଡ ଦୁଗ୍ଧ-ନବୀନଙ୍କ ମଦ ପ୍ରତଯୋଗିତା ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଗରିବ ଓ ଖଟିଖିଆ ମଦ ପିଇ ମରନ୍ତୁ ବୋଲି ସରକାର ଚାହୁଁଛନ୍ତି । ଅନ୍ୟପକ୍ଷରେ ଅଧିକ ମଦ ଦୋକାନ ଖୋଲିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ବି ବିରୋଧ କରିଛନ୍ତି । ଅଧିକ ମଦ ଦୋକାନ ଖୋଲିବାର ଲାଭ-କ୍ଷତି ତର୍ଜମା କରାଯାଉ ବୋଲି ସେ କହିଛନ୍ତି ।