ଚୀନ୍ରେ ବ୍ୟାପୁଛି ଆଉ ଏକ ମାରାତ୍ମକ ଭାଇରସ୍

ଚୀନ୍ରେ ବ୍ୟାପୁଛି ଆଉ ଏକ ମାରାତ୍ମକ ଭାଇରସ୍

ଚୀନ୍ରେ ବ୍ୟାପୁଛି ଆଉ ଏକ ମାରାତ୍ମକ ଭାଇରସ୍
ଚୀନ୍ : ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାରଇସ୍ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଚୀନ୍ରେ ଆଉ ଏକ ନୂତନ ଭାଇରସ ବ୍ୟାପୁଥିବାର ସୂଚନା ରହିଛି । ଏହି ଭାଇରସ୍ କାରଣରୁ ଏବେ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ଜଣ ଅସୁସ୍ଥ ରହିଛନ୍ତି । ଗ୍ଲୋବାଲ୍ ଟାଇମ୍ସର ସୂଚନାନୁସାରେ ପୂର୍ବ ଚୀନ୍ର ଜିୟାଙ୍ଗୁସ୍ ଓ ଅନହୁଇ ପ୍ରାନ୍ତରେ ୧୨ରୁ ଅଧିକ ଲୋକେ ଏହି ଭାଇରସରଶିକାର ହୋଇଙଛନ୍ତି । ଏହି ଭାରଇସ ଏକ କୀଟ କାମୁଡିବା ଯୋଗୁଁ ବ୍ୟାପୁଥିବାର ସୂଚନା ମିଳିଛି । ଜିୟାଙ୍ଗୁ୍ସରେ ୩୭ ଜଣ ଓ ଅନ୍ହୁଇରେ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଦୁଇ ରାଜ୍ୟରେ ଏପର୍ୟ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭାଇରସର ନାମ ହୁଇୟାଙ୍ଗଶାସନ ବନୟାଙ୍ଗଭାଇରସ (ଐଙ୍କବସଚ୍ଚବଦ୍ଭଶଗ୍ଦଷବଦ୍ଭ ଭବଦ୍ଭଚ୍ଚବଦ୍ଭଶଙ୍ଖସକ୍ସଙ୍କଗ୍ଦ ) ରଖାଯାଇଛି । ଏହି ଭାଇରସକୁ ଏସଏଫଟିଏସ୍ ମଧ୍ୟ କୁହାଯାଉଛି । ଏକ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍ ମଣିଷର ଶରୀରକୁ ସଂକ୍ରମିତ କରୁଛି। ଏହି ଭାଇରସ୍ ଯୋଗୁଁ ଜ୍ବର ଓ କାଶ ସହ ବାନ୍ତି ଡାଇରିଆ ଆଦି ହେଉଛି । ତେବେ ଏହି ଭାଇରସ୍ ଯୋଗୁଁ ଆକ୍ରାନ୍ତଙ୍କ ଶରୀରରେ ଲ୍ୟୁକସାଇଟ୍ ଅର୍ଥାତ୍ ପ୍ଲେଟ୍ଲେଟ୍ସ୍ କମ୍ ହୋଇଛି । କିଛି କ୍ଷେତ୍ରରେ ଶରୀରରେ ଧଳା ରକ୍ତକଣିକାକୁ ହ୍ରାସ ହେବା ସହିତ ଲିଭର ଏନ୍ଜାଇମ୍ ବଢୁଥିବାର ଲକ୍ଷଣ ଦେଖାଯାଉଛି ।ତେବେ ଡାକ୍ତରଙ୍କ ସୂଚନାନୁସାରେ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍ ସଂକ୍ରମିତ ହେଉଛି । ବୈଜ୍ଞାନିକମାନେ ଭାଇରସ୍କୁ ବୁନ୍ୟା କ୍ୟାଟେଗୋରିରେ ରଖାଯାଉଛି । ଯଦି ଜଣେ ମନ୍ୟୁଷ ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ତେବେ ଏହି କାରଣରୁ ଅନ୍ୟ ଜଣେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି ବୋଲି ସୂଚନା ରହିଛି । ତେବେ ଏହାକୁ ନେଇ ଏତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର । କୀଟଠାରୁ ନିଜକୁ ବଞ୍ଚାଇ ପାରିଲେ ଏହି ସଂକ୍ରମଣରୁ ବର୍ତ୍ତି ହେବ ବୋଲି ସୂଚନା ରହିଛି । ଏହି ଭାଇରସ୍ର ଫର୍ଟିଲିଟି ରେଟ୍ ୧୨ ପ୍ରତିଶତ ରହିଛି । କିଛି ସ୍ଥାନରେ ଏହା ୩୦ ପ୍ରତିଶତ ପର୍ୟ୍ୟନ୍ତ ରହିଛି ।