ଜାମ୍ମୁ କାଶ୍ମୀରରେ ବିଜେପି ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କୀ

ଜାମ୍ମୁ କାଶ୍ମୀରରେ ବିଜେପି ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କୀ

ଜାମ୍ମୁ କାଶ୍ମୀରରେ ବିଜେପି ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କୀ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆଉ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ । ଗୁରୁବାର ବିଳମ୍ବିତ ରାତିରେ ବିଜେପି ସରପଞ୍ଚ ସଜାଦ୍ ଅହମଦ୍ ଖାଣ୍ଡେଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୁଲଗାମର ଭେସୁ ଅଞ୍ଚଳରେ ତାଙ୍କ ବାସଭବନ ବାହାରେ ତାଙ୍କ ଉପରକୁ ଗୁଳି ଚଳା ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସରପଞ୍ଚ ଜଣକ ଏକ କ୍ୟାମ୍ପରେ ରହୁଥିବା ବେଳେ ଗତକାଲି ଭେସୁ ଅଭିମୁଖେ ଯାଇଥିଲେ । ଘରଠାରୁ ମାତ୍ର ୨୦ ମିଟର ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ନିକଟରେ ଅନ୍ୟ ଜଣେ ସରପଞ୍ଚ ଅଜୟ ପଣ୍ଡିତା ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ ।