‘ହସିନ୍ ଦିଲରୁବା’ରେ ନଜରରେ ଆସିବେ ତାପସୀ ପନୁ

‘ହସିନ୍ ଦିଲରୁବା’ରେ ନଜରରେ ଆସିବେ ତାପସୀ ପନୁ

‘ହସିନ୍ ଦିଲରୁବା’ରେ ନଜରରେ ଆସିବେ ତାପସୀ ପନୁ
ଆନନ୍ଦ ଏଲ୍ ରାଏଙ୍କ ଆଗାମୀ ଚଳଚ୍ଚିତ୍ର ‘ହସିନ୍ ଦିଲରୁବା’ରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସୀ ଓ ତାପସୀ ପନୁ ଅଭିନୟ କରୁଛନ୍ତି । ମର୍ଡର ମିଷ୍ଟି୍ର ଆଧାରିତ ଏହି କାହାଣୀରେ ଅଭିନୟ କରି ତାପସୀ କହିଛନ୍ତି ପ୍ରଥମଥର ଏଭଳି ଭୂମିକାରେ ସେ କାମ କରି ଭିନ୍ନ ଅନୁଭୂତି ସାଉଁଟିଛନ୍ତି । ପ୍ରଥମ ଦିନର ସୁଟିଂ ତାଙ୍କ ପାଇଁ ଆଦୌ ସହଜ ନଥିଲା । ଗୋଟିଏ ଦୃଶ୍ୟର ସୁଟିଂ ପାଇଁ ସେ ୪୫ ଥର ଟେକ୍ ନେଇଥିଲେ । ପୁରା ୟୁନିଟ ବିରକ୍ତ ହୋଇଯାଇଥିଲା, କିନ୍ତୁ ନିଦେ୍ର୍ଧଶକ ଆନନ୍ଦ ବରଂ ଧୈର୍ଯ୍ୟ ଧରି ତାପସୀଙ୍କୁ ଉତ୍ସାହିତ କରିଥିଲେ । ହସିନ ଦିଲରୁବାର କାହାଣୀ ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି ପ୍ରଯୋଜକ ମହଲ କହିଛନ୍ତି । ଚଳଚ୍ଚିତ୍ରର ସୁଟିଂ ଡିସେମ୍ବର ୨୦୧୯ ରେ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୧୮ରେ ମୁକ୍ତିଲାଭ ହେବାର ଯୋଜନା ରହିଛି ।