ଅଳ୍ପକେ ବର୍ତ୍ତିଲେ ଜୋ ବାଇଡେନ୍

ଅଳ୍ପକେ ବର୍ତ୍ତିଲେ ଜୋ ବାଇଡେନ୍

ଓ୍ବାସିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନ୍ଙ୍କ କାରକେଡ୍ର ଗାଡ଼ି ଦୁର୍ଘଟଣାଗ୍ରସ୍ତ । ମୋଟରକେଡର ଏକ ଗାଡି ଅନ୍ୟ କାର ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କୁ ଅନ୍ୟ ଏକ ଗାଡିକୁ ନେଇଯାଇଥିଲେ ସୁରକ୍ଷାକର୍ମୀ । ଉଭୟ ସୁରକ୍ଷିତ ଥିବା ହ୍ବାଇଟହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କାହାର କିଛି କ୍ଷୟକ୍ଷତି ମଧ୍ୟ ହୋଇନାହିଁ । ରବିବାର ଦିନ ଡେଲାୱାରରେ ଥିବା କ୍ୟାମ୍ପେନ୍ ହେଡ୍ କ୍ବାଟରରୁ ବାହାରିବା ପରେ ବାଇଡେନଙ୍କ କାରକେଡ୍ରେ ସାମିଲ ଥିବା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଏକ ଏସ୍ୟୁଭି କାର ସହ ମୁହାଁମୁହିଁ ଧକ୍କା ହୋଇଥିବା କାରକେଡ୍ରେ ଥିବା କାର । 
ବାଇଡେନଙ୍କଠାରୁ ପ୍ରାୟ ୪୦ ମିଟର ଦୂରରେ ମୋଟରକେଡର କାର ଥିବା ବେଳେ ଏସୟୁଭି କାର ସହ ଧକ୍କା ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ବାଇଡେନଙ୍କୁ ଅନ୍ୟ ଏକ ଗାଡିରେ ୱିଲମିଙ୍ଗଟନ୍ ସହର ଠାରୁ ଦୂରକୁ ନେଇଯାଇଥିଲେ । ଏନେଇ ହ୍ବାଇଟ୍ ହାଉସ୍ର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଘଟଣା ସମୟରେ କାର୍ରେ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍ ଥିଲେ । କାରକେଡ୍ରେ ସାମିଲ ଥିବା ଗାଡ଼ି ଦୁର୍ଘଟଣା ହୋଇଥିଲା । ଏହାପରେ ଉଭୟଙ୍କୁ ସୁରକ୍ଷାକର୍ମୀମାନେ ଅନ୍ୟ ଏକ ଗାଡ଼ିକୁ ନେଇଯାଇଥିଲେ । ବାଇଡେନ ଓ ତାଙ୍କ ପତ୍ନୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ ।