ଦୀର୍ଘ 17 ମାସ ପରେ ଜେଲ୍ଲରୁ ଫେରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
ଦୀର୍ଘ 17 ମାସ ପରେ ଜେଲ୍ଲରୁ ଫେରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସର୍ତମୂଳକ ଜାମିନରେ ମନୀଷ । ଶୁଣାଣି ପରେ ଜାମିନ୍ ପ୍ରଦାନ କଲେ ସୁପ୍ରିମକୋର୍ଟ । ଶୁଣାଣି ତିନି ଦିନ ତଳେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଜାମିନ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି । ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ । କୋର୍ଟ ବୁଝିବା ଉଚିତ ଯେ ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ ବୋଲି କହିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ତେବେ ତିନିଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରଥମଟି ହେଉଛି ତାଙ୍କୁ ୧୦ଲକ୍ଷ ଟଙ୍କାର ମୁଚଲିକା ଦେବାକୁ ପଡିବ। ଏହା ବ୍ୟତୀତ ତାଙ୍କୁ ଦୁଇଟି ଜାମିନଦାର ଉପସ୍ଥାପନ କରିବାକୁ ପଡିବ। ତୃତୀୟ ସର୍ତ୍ତ ହେଉଛି ସେ ନିଜ ପାସପୋର୍ଟ କୋର୍ଟକୁ ଦେବେ । ତେବେ ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଭୂମିକା ଥିବା ଅଭିଯୋଗରେ ୨୬ ଫେବ୍ରୁଆରି ୨୦୨୩ ତାରିଖ ଦିନ ‘ସିବିଆଇ’ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜେଲ୍ରେ ଥିଲେ । ଏପଟେ ଦଳର ପୁରୁଖା ନେତା ଜେଲରୁ ଫେରିବା ପରେ ଦଳକୁ ନୂଆ ସଂଜୀବନି ମିଳିଛି ବୋଳିଛି ବୋଲି କହିଛନ୍ତି ରାଜ୍ୟ ଆପ୍ ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ।ସେପଟେ ଆପକୁ କଟାକ୍ଷ କରିଛି ବିଜେପି । ବିଜେପି କହିବା ମୁତାବକ ଧୂଆ ନଥିଲେ ନିଆଁ ବାହାରେ ନାହିଁ । ଏଥି ସହିତ ମନିଷ ସିଶୋଦିଆ ଜେଲରୁ ନିର୍ଦୋଶରେ ଖଲାସ ହୋଇନାହାଁନ୍ତି । ବରଂ ସର୍ତ ମୂଳକ ଜାମିନ ତାଙ୍କୁ ଦେଇଛନ୍ତି ସୁପ୍ରିମକୋର୍ଟ ।