ଓଡ଼ିଶାର ସବୁଠୁ ଆକର୍ଷିତ  ହେବ ନେତାଜୀ ସୁବାସ ବୋଷ ଙ୍କ  ଜନ୍ମପୀଠ ପାର୍କ ପୁରୁଣା ଜେଲ ମେୟର  ସୁବାସ  ସିଂହ

ଓଡ଼ିଶାର ସବୁଠୁ ଆକର୍ଷିତ  ହେବ ନେତାଜୀ ସୁବାସ ବୋଷ ଙ୍କ  ଜନ୍ମପୀଠ ପାର୍କ  ପୁରୁଣା ଜେଲ ମେୟର  ସୁବାସ  ସିଂହ

ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମପୀଠ ଓ ପୁରୁଣା ଜେଲ  ହେବାକୁ ଯାଉଛି  ଓଡ଼ିଶାର ସବୁଠୁ ଆକର୍ଷିତ.  ନେତାଜୀ  ମେମୋରିଆଲ ପାର୍କ ଓ ପୁରୁଣା ଜେଲ ର  କାର୍ଯ୍ୟ  ଗୋଟିଏ ବର୍ଷ ପୂର୍ବରୁ  ଆରମ୍ଭ ହୋଇ, ଏହା ଏକ  ରାଜ୍ୟର  ପ୍ରମୁଖ  ଆକର୍ଷିତ  ହେବାର ଉଦ୍ୟମ  ଆରମ୍ଭ  ହୋଇଥିଲା ବେଳେ ଆଜି ମେୟର ସୁବାସ  ସିଂ, କମିଶନର ଶ୍ରୀ  ବିଜୟ କୁମାର  ଦାସ ତାହାର ସ୍ତିତି ସମୀକ୍ଷା କରିଥିଲେ. ୧୬ ଏକର  ଜମି ଉପରେ  ଏହି କାର୍ଯ୍ୟ  କରାଯାଉଛି . ଏଥିରେ ପାର୍କିଙ୍ଗ ପାଇଁ ସୂବେବସ୍ତା ସହ  ପୁରୁଣା ଜେଲ ଟିକି କୁ ସ୍ମାରକୀ ଭାବେ ଉର୍ନ୍ନତି କରାଯାଇଛି . ନେତାଜୀ  ସ୍ମୃତି ଦରବାର , ଯେଉଁଥିରେ  ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ  ମାନଙ୍କର  ଆକର୍ଷଣୀୟ  ଫୋଟଚିତ୍ର  ଭିର୍ଣ୍ଣ ଭିର୍ଣ୍ଣ  ଡିଜାଇନର ରଖାଯାଇଛି , ବଡ  ଯୋଗକେନ୍ଦ୍ର ,ଫୂଡ଼  କୋର୍ଟ , ଲେଜର  show , ମିଉଜିକ ଫାଉଣ୍ଡେସନ , ପିଲାଙ୍କ ଖେଳ ଏରିଆ , ଇଣ୍ଟର ପ୍ରିଟିସନ  ସେଣ୍ଟର , ପ୍ରଭୁତି ରହିଛି . ଏହା  ଛଡା  ସବୁଠୁ ଆକର୍ଷଣୀୟ  ହେଉଛି-୧୨୦ ଫୁଟ ଉଚତା ର ଜାତୀୟ ପତାକା ଉଡ଼ିବ , ଯାହାକି କଟକର ସବୁଠୁ ବଡ଼ ପତାକା ପୋଷ୍ଟ ହେବ . ଏହା ସହିତ  ରହିଛି  ୬.୭୮  ଏକର  ଜାଗାରେ କଟକର ସବୁଠାରୁ ବଡ ପୋଖରୀ  ର  ରୁପନ୍ତୀକରଣ  ଓ ବୋଟିଂ  ଚାଲିବା ପାଇଁ ପ୍ରସ୍ତାବ ରହିଛି . ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇ ଅଗଷ୍ଟ  ୩୦ ତାରିଖ ଭିତରେ  ଉଦ୍ଘାଟିତ  ହେବାର  ଯୋଜନା  ରହିଛି  ବୋଲି ମେୟର ଶ୍ରୀ ସୁବାସ  ସିଂହ , କମିଶନର ଶ୍ରୀ ବିଜୟ କୁମାର  ଦାସ ପ୍ରକାଶ  କରିଛନ୍ତି .