ପୁଣି ଶ୍ରୀକ୍ଷେତ୍ର ଅଶାନ୍ତ

ପୁଣି ଶ୍ରୀକ୍ଷେତ୍ର ଅଶାନ୍ତ

ଭୁବନେଶ୍ୱର ; ଜଣେ ବିଜେଡି ନେତାଙ୍କୁ ହତ୍ୟା ଉଦ୍ୟମ କରାଯାଇ ପୁଣି ଅଶାନ୍ତ ହୋଇଛି ପୁରୀ । ସେ ହେଉଛନ୍ତି ବିଜେଡିର ଜଣେ ଜଣାଶୁଣା ନେତା ତଥା ରେଡ୍‌କ୍ରସ୍‌ ରୋଡ ଜଗଦେବ ବଗିଚାର ସୋମନାଥ ସାହୁ । ବୁଧବାର ସନ୍ଧ୍ୟାରେ ତାଙ୍କ ଗୋଦାମ ଘରେ ବସିଥିଲେ । ଏହି ସମୟରେ ୬ଜଣ ଦୁବୃର୍ତ୍ତ ବାଇକ୍‌ ଜରିଆରେ ଆସିଥିଲେ । ୨ଜଣ ତାଙ୍କ ଗୋଦାମ ଘରେ ପସି ୨ରାଉଣ୍ଡ ଗୁଳିମାଡ କରିଥିଲେ । ଗୁଳିଟି ମୁଣ୍ଡ ପଛ ପାଶ୍ୱର୍ରେ ଘସି ହୋଇଯାଇଥିଲ । ଦୁବୃର୍ତ୍ତ ଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଂଚି ଛାନ୍‌ବିନ୍‌ କରିଛି ।