ହାତୀ ଉପରକୁ ନିଆଁହୁଳା ମାଡ଼

ହାତୀ ଉପରକୁ ନିଆଁହୁଳା ମାଡ଼

ମୟୂରଭଞ୍ଜ : ହାତୀ ପଲ ଘଉଡାଇବା ପାଇଁ ହାତୀକୁ ନିଆଁହୁଳା ମାଡ଼ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ହାତୀ ଘଉଡାଇବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି ।

ନିଆଁହୁଳା କରି ହାତୀ ଉପରକୁ ଫୋପାଡୁଛନ୍ତି । ଆଉ ଏହା ହାତୀ ଉପରେ ବାଜିବା ପରେ ଜଳି ଯାଉଛି । ଏପରି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କରଞ୍ଜିଆ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ । ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।