ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ମିଳିବ ମାଣ୍ଡିଆ

ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ମିଳିବ ମାଣ୍ଡିଆ

ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ମିଳିବ ମାଣ୍ଡିଆ
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ପୌଷ୍ଟିକ ଅଭିବୃଦ୍ଧି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ନେଇ ଚଳିତବର୍ଷଠାରୁ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେବା ସହିତ ସମସ୍ତ ରାସନକାର୍ଡଧାରୀଙ୍କୁ ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏଥିପାଇଁ ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ୧ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବେ ବୋଲି ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି । ସଚିବାଳୟରେ ଅନୁଷ୍ଠିତ ବୈଠକରେ କୃଷି ସଚିବ ସୌରଭ ଗର୍ଗ ଦର୍ଶାଇଥିଲେ ଯେ ଚଳିତ ବର୍ଷଠାରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ନୂଆପଡ଼ା ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ମାଣ୍ଡିଆ ଚାଷ ଆରମ୍ଭ କରାଯିବାକୁ ବିଭାଗ ଯୋଜନା ରଖିଛି । ସହରାଞ୍ଚଳରେ ବିଭିନ୍ନ ପାଉଁରୁଟି ଓ ବିସ୍କୁଟ ତିଆରି କମ୍ପାନୀ, ମିଠା ଯୋଗାଣକାରୀ ଏବଂ ବ୍ୟବସାୟୀ ସଂସ୍ଥାମାନଙ୍କ ସହିତ ମିଳିତ ଭାବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟର ଚାହିଦା ବଢ଼ାଇବା ଲାଗି ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ଅସିତ କୁମାର ତି୍ରପାଠି କହିଥିଲେ ଯେ ଏଣିକି ଖୁଚୁରା ବିକ୍ରୟ କେନ୍ଦ୍ରରେ ଯେଭଳି ମାଣ୍ଡିଆ ମିଳିବ ସେଥିପ୍ରତି ଗୁରୁତ୍ୱ ଦିଅ । ସାଧାରଣ ଲୋକେ ଯେଭଳି ଏହାଜାଣିପାରିବେ ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କର । ପ୍ରତି ରାସନକାର୍ଡ ପିଛା ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏହା ସହିତ ମାଲକାନଗିରି ଜିଲ୍ଲାର ହିତାଧିକାରୀମାନଙ୍କୁ ୨ କିଲୋ ମାଣ୍ଡିଆ ଯୋଗାଇବାକୁ ଶ୍ରୀ ତି୍ରପାଠୀ ନିଦେ୍ର୍ଧଶ ଦେଇଥିଲେ । କୃଷି ସଚିବ କହିଥିଲେ ଯେ ପ୍ରଥମ କରି ପରୀକ୍ଷାମୂଳକ ଭାବେ ୧୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ ଚାଷୀଙ୍କୁ ବଣ୍ଟନ ହେବ । ଖରିଫ ଋତୁରେ ଚାଷୀମାନଙ୍କ ଠାରୁ ମାଣ୍ଡିଆ କୁଇଣ୍ଟାଲ ପିଛା ୨୮୯୭ ଟଙ୍କାରେ ସଂଗ୍ରହ କରାଯିବ । କୃଷି ନିଦେ୍ର୍ଧଶକ ଏମ ମୁଥୁ କୁମାର କହିଥିଲେ ଯେ ୨୦୧୮ ଖରିଫରେ ୨୪ ହଜାର ୪୯୯ କୃଷକ ପଞ୍ଜୀକରଣ କରିଥିଲେ । ସେଥି ମଧ୍ୟରୁ ୬୬୨୨ ଜଣ କୃଷକ ସେମାନଙ୍କର ବଳକା ଉପôାଦନ ଟିଡିସିସିକୁ ବିକ୍ରି କରିଥିଲେ । ୮ଟି ଜିଲାର ୬୮ଟି ସମବାୟ ସମିତି ମାଧ୍ୟମରେ ୧୭ ହଜାର ୯୮୬ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ସରକାରଙ୍କ ଏହି ମାଣ୍ଡିଆ କିଣା କାର୍ଯ୍ୟକ୍ରମ ଯୋଗୁଁ ଘରୋଇ ମାଣ୍ଡିଆ ବ୍ୟବସାୟୀମାନେ କୃଷକଙ୍କ ଠାରୁ ଅଧିକ ଦରରେ ମାଣ୍ଡିଆ କ୍ରୟ କରିଥିବା ଶ୍ରୀ କୁମାର ଦର୍ଶାଇଥିଲେ । ବୈଠକରେ କୃଷି ଉପôାଦନ କମିଶନର ଗଗନ ଧଳ, ସମବାୟ ସଚିବ ଡ. କି୍ରଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।