୩୧ଯାଏଁ ପୁଣି ବର୍ଷା

୩୧ଯାଏଁ ପୁଣି ବର୍ଷା

୩୧ଯାଏଁ ପୁଣି ବର୍ଷା, ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ  ପାଣିପାଗ ବିଭାଗ ପକ୍ଷରୁ ସୂଚନା । ୨୭ରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ପଡିପାରେ । ଲଘୁଚାପ ପ୍ରଭାବରୁ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ମଧ୍ୟ ସୂଚନା ରହିଛି । ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ଭିନ୍ନ ଆକଳନ କରାଯାଇଛି। ଜୁଲାଇ ୨୭ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହେବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ । ୩୦ ଓ ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓ ମଧ୍ୟ ଓଡ଼ିଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ। ୨୫ରୁ ୨୭ ତାରିଖ ଯାଏ ବର୍ଷା ଲାଗି ରହିବ । ୨୮ରୁ ୩୦ ତାରିଖ ଯାଏ ସାମାନ୍ୟ କମିବ । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।