ଗୃହ ମୁଲତବୀ, ଦାୟୀ କିଏ ?

ଗୃହ ମୁଲତବୀ, ଦାୟୀ କିଏ ?

ବିଧାନସଭା ଚାଲିବା ପାଇଁ ହୋଇଥିଲା କେତେ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ତାକୁ ଦୃଷ୍ଟିରେ ରଖି ମୁତୟନ ହୋଇଥିଲେ ଏକାଧିକ ପୁଲିସ ଫୋର୍ସ । ବିଧାନସଭା ଚାଲିବା ପାଇଁ ଦିନକୁ ଖର୍ଚ୍ଚ ହେଉଥିଲା 16 ଲକ୍ଷରୁ ଅଧିକ ଟଙ୍କା । ହେଲେ ଭୁଲ ରହିଲା କେଉଁଠି । ବୃହ ସୁରୁଖୁରୁରେ ଚାଲିବା ପାଇଁ ହୋଇଥିଲା ସର୍ବଦଳୀୟ ବୈଠକ । ତମାମ ପ୍ରସ୍ତୁତି ପରେବି ଆଜିକୁ 4 ଦିନ ହେଇଗଲା  ଚାଲି ପାରିଲାବି ବିଧାନସଭା । ଆଜିକୁ 4 ଦିନ ହେଇଗଲା । ସାଧାରଣ ଲୋକଙ୍କର କେତେଯେ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗା, ଆଉ ଦରବୃଦ୍ଧି ଭଳି ସମସ୍ୟା ଉପରେ ସତେଯେମିତି କାହାରି ଦୃଷ୍ଟିଗୋଚର ନାହିଁ । ଦିନକୁ ଦିନ ଚୋରୀ, ରାହାଜାନି, ଡକାୟତି, ଏବଂ ଆତ୍ମହତ୍ୟା ଭଳି ଖବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେଥିପ୍ରତି କିପରି ଧ୍ୟାନ ଦେବାର ଆବଶ୍ୟକତା ରହିଛି , ତା ନେଇ କାହାର ନଜର ନାହିଁ  । ଓଡିଶା ହେଉଛି ପ୍ରକୃତିକ ବିପର୍ଯ୍ୟସ୍ତ ରାଜ୍ୟ । ବାତ୍ୟା ବନ୍ୟାଭଳି ପରିସ୍ତି ପ୍ରତିବର୍ଷ ରାଜ୍ୟର ମେରୁଦଣ୍ଡ ଉପରେ ପ୍ରହାର କରେ, ହେଲେ ସେ ପ୍ରସଙ୍ଗରେ ହେଲାନି ଆଲୋଚନା । ରାଜ୍ୟପାଳଙ୍କ ପୁଅର ମାଡମାରିବା ଘଟଣାରେ ଚାଲିଗଲା ପୁରା ତିନିଦିନ । ଆଜି ଆରମ୍ଭରୁ ଗୃହ ସୁରୁଖୁରୁରେ କିଛିସମୟ ଚାଲିଲାଯେ ପରେ ଯେଉଁ କଥାକୁ ସେହିକଥା । ନା ସରକାର ଫକ୍ତ ପ୍ରସଙ୍ଗ ଉପରେ ଗୃହରେ ଆଶ୍ବସ୍ତି ଦେଲେ । ନା ବିରୋଧି ଅନ୍ୟ ପ୍ରଶଙ୍ଗ ଉପରେ ଆଲୋକପାତ କଲେ, ନା ସରକାର, ବିରୋଧୀ ଘେରୁଥିବା ପ୍ରସଙ୍ଗରେ ପକାଇଲେ ପୂର୍ଣ୍ଣଛେଦ ।  ସତେଯେମିତି ଗୃହର ଅଚଳାବସ୍ଥା ଦେଖିଲେ ଲିଗୁଛି ଉଭୟ ବିରୋଧୀ ଏବଂ ସରକାରୀ ଦଳ ଗୃହ ଚଳାଇନଦେବାନେଇ ସକଲ୍ପବଦ୍ଧ । ଦେବେ ଦେଖିବାକୁ ବାକିରହିଲା, ଏଇ ନେତାମାନେ ଆଗମୀ ଦିନରେ ଗୃହକୁ ମୁଲତବୀ ରଖୁଛନ୍ତି ନା ଗୃହ ସ୍ବଭାବିକ କରୁଛନ୍ତି ।