୨୫ ଲକ୍ଷ ସଭ୍ୟ ସଂଗ୍ରହ କରିବ ବିଜୁ ଯୁବ ଜନତା

୨୫ ଲକ୍ଷ ସଭ୍ୟ ସଂଗ୍ରହ କରିବ ବିଜୁ ଯୁବ ଜନତା

୨୫ ଲକ୍ଷ ସଭ୍ୟ ସଂଗ୍ରହ କରିବ ବିଜୁ ଯୁବ ଜନତା
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ-୬ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ସାହାଯ୍ୟରେ କାର୍ଯ୍ୟକର୍ତ୍ତାମାନଙ୍କ ଉଦେ୍ଧଶ୍ୟରେ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମକୁ ଦଳର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଏଥିରେ ରାଜନୈତିକ ସାଂଗଠନିକ, ସଂକଳ୍ପ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବିଜୁ ଯୁବ ଜନତା ଦଳ ରାଜ୍ୟରେ ସମସ୍ତ ପଞ୍ଚାୟତ ଓ ୱାର୍ଡରେ ତାର ସଭାପତି ଓ କମିଟି ତିଆରି କରି ସଂଗଠନକୁ ଆହୁରି ମଜବୁତଏବଂ କି୍ରୟାଶୀଳ କରିବ । ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରାଯାଇ ସେମାନଙ୍କୁ ଦଳର ସଭ୍ୟ ସଭ୍ୟା କରାଇବାରେ ପ୍ରୟାସ ଜାରି ରହିବ । ଆସନ୍ତା ୧ ବର୍ଷ ମଧ୍ୟରେ ଅନୁ୍ୟନ ୨୫ ଲକ୍ଷ ଯୁବକ ଯୁବତୀମାନଙ୍କୁ ସଂଗଠନରେ ସାମିଲ କରାଯିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ । କ୍ରମାଗତ ଭାବେ କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ପ୍ରତିବାଦ କରି ଆସୁଛି । କୋଇଲା ରୟାଲିଟି, ରେଳପଥର ବିକାଶ, ବିଭିନ୍ନ ଯୋଜନାରେ ଅର୍ଥ କାଟ, ଶିଳ୍ପ କରିଡ଼ର ନିର୍ମାଣ ଆଦି କ୍ଷେତ୍ରରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । କେନ୍ଦ୍ରସରକାରଙ୍କ ପ୍ରତିକୂଳ ନୀତି ଓ ପଡେ଼ାଶୀ ରାଜ୍ୟମାନଙ୍କର ଅସହଯୋଗ ମନୋଭାବ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । ପୋଲାଭରମ, ମହାନଦୀ ଓ ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ ନିର୍ମାଣ ବିବାଦରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରାଜ୍ୟ ସ୍ୱାର୍ଥରେ କ୍ଷତି ପହଞ୍ଚାଉଛି । ଏହାର ପ୍ରତିବାଦରେ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଓ କେନ୍ଦ୍ର ଅବହେଳା ବିରୋଧରେ ଜୋରଦାର ଲଢେ଼ଇ ହେବ ବୋଲି କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । କେନ୍ଦ୍ରୀୟ ଅବହେଳା ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟକୁ ବିକାଶ ମାର୍ଗରେ ନେବା ପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରହିଛି । ବିଗତ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରାଜ୍ୟର କୃଷି, ଶିଳ୍ପ, ଗମନାଗମନ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ରାଜ୍ୟ ଯୁବ ନୀତି, ପର୍ଯ୍ୟଟନ ଓ ସଂସ୍କୃତିର ବିକାଶ ଭଳି ଅର୍ଥନୈତିକ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଯେଉଁ ବିକାଶର ଜୟଯାତ୍ରା ଜାରି ରଖିଛନ୍ତି, ତାହାକୁ ଅଧିକ ଶାଣିତ ଓ ମଜବୁତ କରିବା ପାଇଁ ବିଜୁ ଯୁବ ଜନତା ଦଳର ତା’ର ପୂର୍ବ ପ୍ରୟାସ ଜାରି ରଖିବ । ଆଜିର ଏହି ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ ବଳବନ୍ତରାୟ, ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀ, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତି୍ରପାଠୀଙ୍କ ସହିତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।