ସୂର୍ୟ୍ୟ ପାତ୍ରଙ୍କୁ ଗାର୍ଡ ଅଫ ଅନର
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ୟ୍ୟ ନାରାୟଣ ପାତ୍ରଙ୍କୁ ନୟାପଲ୍ଲୀ ବାସଭବନରେ ଶେଷ ଦର୍ଶନ ପରେ ଶଙ୍ଖ ଭବନ ନିଆଯାଇଥିଲା । ସେଠାରେ ମାନ୍ୟଗନ୍ୟ ବକ୍ତି ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ସ୍ବାର୍ଗତ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ଏହା ପୂର୍ବରୁ ନୟାପଲ୍ଲୀ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାର୍ଗତ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତକାଲିଠାରୁ ବିଜେଡି ସମେତ ବିଭିନ୍ନ ଦଳର ରାଜନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସାଧାରଣ ଜନତା ମଧ୍ୟ ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ ।
ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ବିଧାୟକ ସୂର୍ୟ୍ୟ ନାରାୟଣ ପାତ୍ରଙ୍କର ପରଲୋକ ହୋଇଯାଇଛି। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା।
ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ଲୋକଙ୍କ ଭିଡ଼ ଜମି ଥିଲା। ବିଭିନ୍ନ ରାଜନୀତିକ ଦଳର ନେତାମାନଙ୍କ ସହିତ ଅନ୍ୟ ବ୍ୟକ୍ତିବିଶେଷମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।