ପୂର୍ବତନ ମନ୍ତ୍ରୀଙ୍କ ଷଡଯନ୍ତ୍ର ପାଇଁ ପାଣି ପାଇନାହାନ୍ତି ବର୍ତମାନର ବିଧାୟକ ! ପ୍ରତାପ ଜେନା ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ମାହାଙ୍ଗା ବିଧାୟକ
ପୂର୍ବତନ ମନ୍ତ୍ରୀଙ୍କ ଷଡଯନ୍ତ୍ର ପାଇଁ ପାଣି ପାଇନାହାନ୍ତି ବିଧାୟକ!
ବିଜେଡି ନେତା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ। ତାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଘର ଏପର୍ଯ୍ୟନ୍ତ ପାଣି ସଂଯୋଗରୁ ବଞ୍ଚିତ ରହିଛି। ସେ ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣି ସଂଯୋଗ କରାଯାଇ ନାହିଁ। ଏହା ସହ ସେ କହିଛନ୍ତି ମୋ ଘରକୁ ସମସ୍ତ ବିଧାୟକଙ୍କୁ ଆସି ବାସ୍ତବତା ପରଖନ୍ତୁ।
ପ୍ରତାପ ଜେନାଙ୍କ ଷଡଯନ୍ତ୍ର ର ପ୍ରଭାବ, ମହଙ୍ଗା ବିଧାୟକଙ୍କ ଘରେ ମିଳୁନି ଭଲ ପାଣି, ବିଧାୟକ ଘରେ ଥିବା ପାଣିରେ ସିଝୁନି ଡାଲି, ଦୁଇ କିଲୋମିଟର ଦୂରରୁ ତାଙ୍କ ଘରକୁ ପାଣି ଆସୁଛି, ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ସେ ଥିଲେ ପ୍ରାର୍ଥୀ, ତେଣୁ ତାଙ୍କ ଘରକୁ ପାଣି ଦିଆଯାଇନାହିଁ। ଏମିତି କିଛି ମନ୍ତବ୍ୟ ଦେଇ ଏବେ ଚର୍ଚାରେ ଅଛନ୍ତି ମାହାଙ୍ଗା ବିଧାୟକ ସାରଦା ନାୟକ | ଗୃହର ସମସ୍ତ ସଦସ୍ୟ ସେ ତାଙ୍କ ଗାଁକୁ ନିମନ୍ତ୍ରଣ କରିଛନ୍ତି। କୁଆଡେ ବିଜେଡି ଦଳର ଲୋକଙ୍କ ଘର ପାଖରେ ପାଣି ପାଇପର ଲକ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି। ପାଣି ରାଜନୀତି ପାଇଁ ପୂର୍ବରୁ ଅପଦସ୍ତ ହୋଇଥିଲେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା। ଏବେ ପୁଣି ପାଳି ପଡିଛି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କର । ଦେଖିବାକୁ ବାକି ରହିଲା ପାଣି ରାଜନୀତି କେଉଁ ଦିଗକୁ ବହୁଛି।