ହାତୀ ପଲଙ୍କ ତାଣ୍ଡବ

ହାତୀ ପଲଙ୍କ ତାଣ୍ଡବ

ହାତୀ ପଲଙ୍କ ତାଣ୍ଡବ
ହାତୀ ପଲଙ୍କ ତାଣ୍ଡବ

କେନ୍ଦୁଝର ଜିଲ୍ଲା ରେ ଥମିବାର ନା ଧରୁନି ବଣୁଆ ହାତୀପଲଙ୍କ ଉପଦ୍ରବ । ଗତ କିଛି ଦିନ ଧରି ବଣୁଆ ହାତୀପଲ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୨୬ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ରୁ ଆସି ଉଖୁଣ୍ଡା ଗାଁ ହୋଇ ସଦର ରେଞ୍ଜକୁ ପ୍ରବେଶ କରିଥିଲେ । ହାତୀ ପଲଙ୍କୁ ବନ ବିଭାଗ ଜଙ୍ଗଲକୁ ପଠାଇବାକୁ ଚେଷ୍ଟା ଚଳାଇଥିଲେ ହେଲେ ହଜାର ହଜାର ସଂଖ୍ୟା ରେ ଲେକେ ଜମା ହେବା ସହ ନିଜ ନିଜ ଗାଁ ପଟକୁ ହାତୀ ଯେମିତି ନ ଯିବ ସେ ନେଇ ଚେଷ୍ଟା କରିଥିଲେ ଓ ହାତୀ ଙ୍କୁ ତଡିବାକୁ ଚେଷ୍ଟା କରିଥିଲେ । ଫଳରେ ହାତୀ ପଲ ତିନି ଭାଗରେ ଭାଗ ହୋଇ ଯାଇଥିଲେ ଓ ତିନୋଟି ହାତୀ ରାଇକଳା ଗ୍ରାମର ହୁଡ଼ି ସାହିରେ ପଶି ୪ ଜଣ ଙ୍କର ଘର  ଭାଙ୍ଗି ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ବର୍ତମାନ ହାତୀପଲ ଭାଗ ଭାଗ ହୋଇ ଅର୍ଶଳା,ଏବଂ ଦୁର୍ଗାପୁର ଗାଁ ନିକଟରେ ଥିବା ନେଇ ସୂଚନା ରହିଛି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛି ।