ଭାରତରେ ବିଶ୍ୱର ସବୁଠୁ ଶସ୍ତା ଇଲେକଟ୍ରିକ କାର ।

ଭାରତରେ ବିଶ୍ୱର ସବୁଠୁ ଶସ୍ତା ଇଲେକଟ୍ରିକ କାର ।

ଭାରତରେ ବିଶ୍ୱର ସବୁଠୁ ଶସ୍ତା ଇଲେକଟ୍ରିକ କାର ।
ଅଟୋ ଏକ୍ସପୋ-୨୦୨୦ରେ ଅନେକ ନୂଆ ଗାଡି ଲଂଚ ହୋଇଛି । ଆଉ ଏହା ମଧ୍ୟରେ କିଛି ଦମଦାର ଇଲେକଟ୍ରିକ୍ କାର ମଧ୍ୟ ରହିଛି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଜେଡବ୍ଲୁଏମର ଓରା ଆର ୧ ଓ ମହିନ୍ଦ୍ରାର ଈକେୟୁଭି ୧୦୦କୁ ନେଇ ପୁରା ଅଟୋ ମୋବାଇଲ ସେକ୍ଟରରେ ଚର୍ଚ୍ଚା ହେଉଛି । ସୂଚନା ମୁତାବକ, ମିନି ଇଲୋକଟିକ୍ ଏସୟୁଭି ଈକେୟୁଭି ୧୦୦ ଦେଶର ସବୁଠୁ ଶସ୍ତା ଇଲେକଟିକ୍ କାର ଭାବେ ବଜାରକୁ ଏଂଟି୍ର ମାରିବ । ସେହିଭଳି ଚୀନ କମ୍ପାନୀ ଟ୍ରେଟ୍ ୱାଲ ମୋଟର୍ସ କମ୍ପାନୀ ତରଫରୁ ଖୁବଶିଘ୍ର ଦୁନିଆର ସବୁଠାରୁ ଶସ୍ତା ଇଲେକଟ୍ରିକ କାର ଓରା ଆର ୧ ଲଂଚ କରିବ । ତେବେ ଦୁଇ କମ୍ପାନୀ ମଧ୍ୟରୁ କିଏ ଶସ୍ତାରେ ଇଲେକଟ୍ରିକ୍ କାର ଦେବ ତାହା ଉପରେ ଗ୍ରାହକଙ୍କ ନଜର ରହିଛି । ନୋଏଡାରେ ଚାଲିଥିବା ଅଟୋ ଏକ୍ସପୋର ମହିନ୍ଦ୍ରା ଈକେୟୁଭି ୧୦୦କୁ ଲଂଚ କରିଛି । କେନ୍ଦ୍ର ସରକାରଙ୍କ ଫେମ୍ ଯୋଜନା ହିସାବରେ ଦିଲ୍ଲୀରେ ଏହି କାରର ଏକ୍ସ ସୋରୁମ ମୂଲ୍ୟ ୮.୨୫ ଟଙ୍କାରୁ ଆରମ୍ଭ ହେଉଛି । ମହିନ୍ଦ୍ରା ଈକ୍ୟୁୟୁଭି ୧୦୦କୁ ଥରେ ଚାର୍ଜ କରିବା ମାତ୍ରେ ଏହା ୧୪୭ କିଲୋମିଟର ଚାଲିବ । ଏହାଛଡା ଏହାର ବ୍ୟାଟେରୀ ଫାଷ୍ଟ ଚାର୍ଜର ଦ୍ୱାରା ମାତ୍ର ୧ ଘଣ୍ଟାରେ ୮୦ ପ୍ରତିଶତ ଚାର୍ଜ ହୋଇପାରିବ । ସେହିଭଳି ସାଧାରଣ ଚାର୍ଜରରେ ଏହି ଇଲେକଟ୍ରିକ କାରକୁ ପୂରା ଚାର୍ଜ କରିବାକୁ ୫.୪୫ ଘଣ୍ଟା ଲାଗିବ । ଏଥିରେ ୪୦ କିଲୋୱାଟର ଇଲେକଟ୍ରିକ ମୋଟର ଲାଗିଛି । ଏହାଛଡା ଏଥିରେ ଲିକ୍ୱିଡ କୁଲ୍ଡ ବ୍ୟାଟେରୀ ରହିଛି । ସବୁଠାରୁ ବଡ କଥା ହେଲା, ଏହି ମଡେଲର ପେଟ୍ରୋଲ ଗାଡିର ମୂଲ୍ୟ ଠାରୁ ଇଲେକଟ୍ରିକ ଗାଡିର ମୂଲ୍ୟ ମାତ୍ର ୨୩ ହଜାର ଟଙ୍କା ଅଧିକ ରହିଛି । ଏହି କାରର ବୁକିଂ ମାର୍ଚ୍ଚ ମାସରୁ ହେବାକୁ ଥିବା ବେଳେ ଏପ୍ରିଲ ମାସରେ ଏହି ଗାଡି ଗ୍ରାହକଙ୍କ ପାଖରେ ପହଞ୍ଚିବ । ୨୦୧୮ ଅଟୋ ଏକ୍ସପୋ ମହିନ୍ଦ୍ରା କମ୍ପାନି ପକ୍ଷରୁ ଏହି ଗାଡି ପ୍ରଦର୍ଶିତ କରାଯାଇଥିଲା । ଆଉ ୨ ବର୍ଷ ପରେ ଏହି ମଡେଲ ଗାଡିର ବଜାର ପ୍ରବେଶ କରାଇଛି ମହିନ୍ଦ୍ରା କମ୍ପାନି । ସେହିଭଳି ଜିଡବ୍ଲୁଏମର ଓରା ଆର ୧ କାରକୁ ଥରେ ଚାର୍ଜ କଲେ ୩୫୧ କିଲୋମିଟର ଯାତ୍ରା କରିବ । ତେଣୁ ଏହି କାରର ମହିନ୍ଦ୍ରାର ଈକ୍ୟୁୟୁଭି ୧୦୦ ଠାରୁ ଅଧିକ ମାଇଲେଜ ରହିବ । ଏହାର ବ୍ୟାଟେରୀ ୪୦ ମିନିଟରେ ୮୦ ପ୍ରତିଶତ ପର୍ୟ୍ୟନ୍ତ ଚାର୍ଜ ହୋଇପାରିବ । ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଗତି କରିପାରିବ । ଜିଡବ୍ଲୁଏମ୍ ଓରା ଆର ୧ ର ଲମ୍ବ ୩.୪୯ ମିଟର ରହିଛି । ଏଥିରେ ମନୋରଞ୍ଜନ ପାଇଁ ୯ ଇଞ୍ଚର ଏକ ଟଚସ୍କ୍ରିନ ସିଷ୍ଟମ ଦିଆଯାଇଛି । ସବୁଠାରୁ ବଡ କଥା ହେଲା ଏହି କାରଟିର ଲୁକ୍ ଗ୍ରାହକଙ୍କୁ ବେଶ ପ୍ରଭାବିତ କରିପାରେ ।